ଜମିଜମା ବିବାଦରେ ଟଳିପଡିଲେ ଯୁବକ

କାଲିମେଳା(ବଡ଼ ଖବର ବ୍ୟୁରୋ): ଜମିଜମା ବିବାଦକୁ କେନ୍ଦ୍ର କରି ମାଲାକନଗିରି ଜିଲ୍ଲା କୋଇକୋଣ୍ଡା ଗ୍ରାମରେ ରବିବାର ରାତିରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଗ୍ରାମର ଏଙ୍କା ସାଲବମଙ୍କୁ ହତ୍ୟାକରି କେହି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଏଙ୍କାଙ୍କ ସ୍ତ୍ରୀ ମୋଟୁ ଥାନାରେ ଅଭିଯେଗ କରିଛନ୍ତି । ସେ ତାଙ୍କର ଅଭିଯୋଗରେ ୭ ଜଣଙ୍କ ନାମ ନେଇଛନ୍ତି । ମୋଟୁ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏସଆଇ ଲିମାଇ ପଣ୍ଡା ସହକର୍ମୀଙ୍କ ସହ କୋଇକୋଣ୍ଡା ଗ୍ରାମରେ ପହଁଞ୍ଚି ଶବ ଜବଦ କରିଥଲେ । ଏହି ଘଟଣାରେ ମାଲକାନଗିରିରୁ ଏକ ସାଇନ୍ଟିଫିକ୍ ଟିମ ମଧ୍ୟ ଯାଇ ହତ୍ୟାକାଣ୍ଡର ଖୋଳତାଡ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ସେହି ଗ୍ରାମର ସାଲବମ ଦୁଲା , ସାରିଆମ ବଦନାୟିଆ , ସାଲବମ ମୁତା , ସାଲବମ ନାରାୟଣ , ସାରିଆମ ଦେଶା , ସାରିଆମ କାମା ଏବଂ ସାରିଆମ ଗଙ୍ଗାଙ୍କୁ ଥାନାରେ ଅଟକ ରôଖ ପଚରାଉଚରା କରିଥିଲା । ମୃତ ଏଙ୍କା ସାଲବମ ଏବଂ ତାଙ୍କ ଭାଇମାନଙ୍କ ମଧ୍ୟରେ ବହୁଦିନ ଧରି ଜମି ବିବାଦ ଲାଗିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଛି । ସୋମବାର ଭୋର ୫ଟା ସମୟରେ ଏଙ୍କାଙ୍କ ମୃତଶରୀର ଘର ପଛପଟ ଜମିରେ ପଡିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଏକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ବୋଲି ପୋଲିସ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ