Masthead

ଜମିଜମା ବିବାଦରେ ଟଳିପଡିଲେ ଯୁବକ

କାଲିମେଳା(ବଡ଼ ଖବର ବ୍ୟୁରୋ): ଜମିଜମା ବିବାଦକୁ କେନ୍ଦ୍ର କରି ମାଲାକନଗିରି ଜିଲ୍ଲା କୋଇକୋଣ୍ଡା ଗ୍ରାମରେ ରବିବାର ରାତିରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଗ୍ରାମର ଏଙ୍କା ସାଲବମଙ୍କୁ ହତ୍ୟାକରି କେହି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଏଙ୍କାଙ୍କ ସ୍ତ୍ରୀ ମୋଟୁ ଥାନାରେ ଅଭିଯେଗ କରିଛନ୍ତି । ସେ ତାଙ୍କର ଅଭିଯୋଗରେ ୭ ଜଣଙ୍କ ନାମ ନେଇଛନ୍ତି । ମୋଟୁ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏସଆଇ ଲିମାଇ ପଣ୍ଡା ସହକର୍ମୀଙ୍କ ସହ କୋଇକୋଣ୍ଡା ଗ୍ରାମରେ ପହଁଞ୍ଚି ଶବ ଜବଦ କରିଥଲେ । ଏହି ଘଟଣାରେ ମାଲକାନଗିରିରୁ ଏକ ସାଇନ୍ଟିଫିକ୍ ଟିମ ମଧ୍ୟ ଯାଇ ହତ୍ୟାକାଣ୍ଡର ଖୋଳତାଡ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ସେହି ଗ୍ରାମର ସାଲବମ ଦୁଲା , ସାରିଆମ ବଦନାୟିଆ , ସାଲବମ ମୁତା , ସାଲବମ ନାରାୟଣ , ସାରିଆମ ଦେଶା , ସାରିଆମ କାମା ଏବଂ ସାରିଆମ ଗଙ୍ଗାଙ୍କୁ ଥାନାରେ ଅଟକ ରôଖ ପଚରାଉଚରା କରିଥିଲା । ମୃତ ଏଙ୍କା ସାଲବମ ଏବଂ ତାଙ୍କ ଭାଇମାନଙ୍କ ମଧ୍ୟରେ ବହୁଦିନ ଧରି ଜମି ବିବାଦ ଲାଗିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଛି । ସୋମବାର ଭୋର ୫ଟା ସମୟରେ ଏଙ୍କାଙ୍କ ମୃତଶରୀର ଘର ପଛପଟ ଜମିରେ ପଡିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଏକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ବୋଲି ପୋଲିସ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା