Before Header

୨୫ ଲକ୍ଷ ଟଙ୍କାର ସୁନାଗହଣା ଚୋରି

0 17

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ରାଜଧାନୀ ଭୁନେଶ୍ୱରରେ ଚୋରି । ଝରକା ଭାଙ୍ଗି ଘରେ ପଶି ନେଇଗଲେ ୨୫ ଲକ୍ଷ ଟଙ୍କାର ସୁନାଗହଣା । ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମିସାଗର ବୈରାଗୀ ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ତେବେ ସୂଚନା ଅନୁସାରେ ଘରର ମାଲିକ ଘରେ କିଛି ଦିନ ରହୁ ନ ଥିଲେ । ସେ ଗୁଜରାଟରେ ଥିବା ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ । ତେବେ ତାଙ୍କ ବଡ ଭାଇ ଘରେ ରହୁଥିଲେ ।

ଘରର ବାଲକୋନି ପଟେ ଝରକା ଭାଙ୍ଗି ଚୋର ଘର ଭିତରେ ପଶିଥିବା କୁହାଯାଇଛି । ତେବେ ପଡ଼ୋଶୀ ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ଜଣାଇଥିଲେ ।ପରେ ଯାଞ୍ଚ କରିବା ବେଳକୁ ଚୋର ଚୋରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ଏ ଘଟଣା ଘଟିଛି ବୋଲି ଘର ମାଲିକଙ୍କ ବଡଭାଇ କହିଛନ୍ତି । ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନାଗହଣା ସହିତ ଘରେ ଥିବା ନଗଦ ଟଙ୍କା ଚୋରି ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.