ବିଷାକ୍ତ ମଦ ନେଲା ଜୀବନ !

ଅନୁଗୁଳ, (ବଡ଼ ଖବର ବ୍ୟୁରୋ): ଅନୁଗୁଳ ହସ୍ପିଟାଲରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଷାକ୍ତ ମଦ୍ୟପାନ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଅଭିଯୋଗ ଆଣିଛନ୍ତି। ମୃତକ ହେଉଛନ୍ତି ପଥରଗଡ଼ ଗ୍ରାମର ଶଶିକାନ୍ତ ଦେହୁରୀ (୪୫)। ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଏବେ ଶବଗୃହରେ ରଖାଯାଇଛି।
ଖାଲି ଶଶିକାନ୍ତ ନୁହନ୍ତି, ତାଙ୍କ ଗ୍ରାମର ଆଉ ଦୁଇଜଣଙ୍କର ଦୁଇଦିନ ପୂର୍ବେ ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକ। ଅବଶ୍ୟ ସେହି ଦୁଇଜଣଙ୍କ ମୃତଦେହକୁ ଘର ଲୋକ ଦାହ କରି ସାରିଛନ୍ତି। ତେବେ କେଉଁ କାରଣରୁ ସେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ କଲେ ଜଣା ପଡ଼ିବ।
ଖାଲି ଏମାନେ ନୁହନ୍ତି ଆଉ ଜଣେ ମଧ୍ୟ ଅନୁଗୁଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁଇଦିନ ତଳେ ଘର ସେଣ୍ଟରିଂ କାମ ହେଉଥିଲା । କାମ ସାରିବା ପରେ ସେମାନେ ସନ୍ଧ୍ୟାରେ ମଦ ପିଇଥିବା ପରିବାର ଲୋକ କହିଛନ୍ତି।
ଏହି ଘଟଣା ସମ୍ପର୍କରେ ପୁରୁଣାକୋଟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ କି ଅବକାରୀ ବିଭାଗ ମଧ୍ୟ ତଦନ୍ତ କରିନାହିଁ। ଶଶିକାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ