Masthead

ଆପଣଙ୍କ ଅଞ୍ଚଳରେ ଘଷୋଯାତ୍ରା

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଆଜି ବିନାଭକ୍ତରେ କୋଭିଡ୍ କଟକଣାରେ ପୁରୀରେ ପାଳିତ ହୋଇଯାଇଛି ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା । ଆଉ ଏହାରି ଭିତରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିରରୁ ଆସି ଶରଧାବାଲିରେ ପହଞ୍ଚିସାରିଛି । ସେବାୟତମାନେ ରଥକୁ ଟାଣି ଟାଣି ଆଣି ଶରଧାବାଲିରେ ପହଞ୍ଚାଇ ଦେଇଛନ୍ତି । ସେବାୟତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଲେ। ସୂର୍ୟ୍ୟାସ୍ତ ପୂର୍ବରୁ ଶରଧା ବାଲିରେ ଅଟକିଛି ତିନି ରଥ। କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର।

ଭୁବନେଶ୍ୱର:- ଅନ୍ୟପଟେ ସରକାର ଓ ପ୍ରଶାସନ ନିୟମ ଲଗାଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ କଟକଣାର ଭିତରେ ରଥ ଟଣା ହୋଇଛି । କିଟ୍, ଶୈଳଶ୍ରୀ ବିହାର, ପଟିଆ, ଆରସିଏମ୍, ଇସ୍କନ, ଡୁମଡୁମା ତଥା ସହରରେ ଥିବା ଜଗନ୍ନାଥ ମନ୍ଦିରରେ କୋଭିଡ କଟକଣାରେ ନୀତିକାନ୍ତି ହୋଇଥିଲା । ଭକ୍ତଙ୍କ ଆଶା ଓ ବିଶ୍ୱାସ ଯେ ମହାମାରୀ ଶିଘ୍ର ଦୁରେଇଯିବ । ଆସନ୍ତା ବର୍ଷ ରଥ ଟାଣିବେ ଭକ୍ତ ।

ବଡ଼ସାହି:- ପୁରୀକୁ ଛାଡି ଦେଲେ ଅନ୍ୟ କେଉଁଠାରେ ମଧ୍ୟ ରଥଯାତ୍ରା ହୋଇନଥିଲା । କେବଳ ବିଧିରକ୍ଷା କରାଯାଇଥିଲା । ମୟୂରଭଞ୍ଜ ମାଣତ୍ରୀରେ ଦଧିବାମନ ରୂପେ ଥିବା ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା, ମନ୍ଦିର ପରିସରରେ ପାଳିତ ହୋଇଛି । ଜଗନ୍ନାଥ ମହାପ୍ରଭୁଙ୍କୁ ସେବାୟତମାନେ ସିଂହାସନର ଓହ୍ଲାଇ ପୂର୍ବ ପଟକୁ ପହଣ୍ଡି କରି ଆଣିଥିଲେ । ହନୁମାନ ମନ୍ଦିର ସମ୍ମୁଖରେ ଠାକୁରଙ୍କୁ ପଶ୍ଚିମାମୁଖୀ ରଖି ସେବାୟତ ଅନନ୍ତ ଦାସଙ୍କ ବାଟ ଭୋଗ ଆଳତୀ କାର୍ୟ୍ୟକ୍ରମ କରାଯାଇଥିଲା । ପହଣ୍ଡି କରି ଉତ୍ତର ଦ୍ୱାର ପଟକୁ ନିଆଯାଇଥିଲା । ପରବର୍ତ୍ତି ପର୍ୟ୍ୟାୟରେ ସନ୍ଧ୍ୟା ଆଳତୀ କରାଯାଇ ମନ୍ଦିର ପରିସରରେ ହୋଇଥିବା ଅସ୍ଥାୟୀ ମାଉସୀ ମା ମନ୍ଦିରକୁ ପ୍ରବେଶ କରିଥିଲେ ।

ସିନାପାଲି:- ସେପଟେ ସିନାପାଲି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରଭୁଙ୍କ ନୀତିକାନ୍ତି ହୋଇଛି । ବିନା ଭକ୍ତ ସହ ସୀମିତ ସେବାୟତଙ୍କ ଦ୍ୱାରା ବିଧିରକ୍ଷା କରାଯାଇ ରଥଯାତ୍ରା ହୋଇଥିଲା । ମନ୍ଦିର କମିଟି ସଭାପତି ବରିଷ୍ଠ ଆଇନଜୀବୀ ବୈଶାମ୍ପାୟନ ମେହେର ଛେରାପହଁରା କରିଥିଲେ । କୋଭିଡ ପ୍ରଭୁଙ୍କ ନୀତିକାନ୍ତି ହୋଇଥିଲା ।

ଅନୁଗୋଳ/ କେନ୍ଦୁଝର/କୋରାପୁଟ/ନବରଙ୍ଗପୁର:- ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ଚତୁର୍ଧା ମୂର୍ତିଙ୍କ ରଥଯାତ୍ରା ନୀତି ମନ୍ଦିର ପରିସରେ ସମ୍ପର୍ଣ୍ଣ ହୋଇଛି । ଏଥର କୋଭିଡ କଟକଣା ପାଇଁ ପୁରୀ ବ୍ୟତୀତ କୌଣସି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ ନ କରାଯିବାକୁ କଟକଣା ଜାରି ହୋଇଛି । ଯାହାକୁ ପାଳନ କରି ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ କେଵଳ ନୀତିକାନ୍ତି କରାଯାଇଛି । ସେହିପରି କରୋନା କଟକଣା ଯୋଗୁଁ ଏ ବର୍ଷ ମଧ୍ୟ ରଥଯାତ୍ରା ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ବଡ ଦାଣ୍ଡରେ ଗଡ଼ିଲା ନାହିଁ କେନ୍ଦୁଝରର ରଥ ଯାହାକି ବିଶ୍ୱର ସର୍ବ ବୃହତ ରଥ। ଫଳରେ ଭକ୍ତ ଆଜି ତାର ଭଗବାନଙ୍କୁ ବଡ ଦାଣ୍ଡରେ ବଡ ରଥରେ ଆଖି କୁ ଆଖି ମିଶାଇ ଦେଖିପାରୁନାହିଁ, ମନ କୁ ମନ ମିଶାଇ ମନର କଥା କହିପାରୁନାହିଁ ଫଳରେ ମନ ବ୍ୟାକୁଳ ହେବା ସହ ହତାଶ ମଧ୍ୟ ହୋଇଛି।

ଅନ୍ୟପଟେ କୋରାପୁଟ ଠାରେ ପବିତ୍ର ରଥ ଯାତ୍ରା ଆରମ୍ଭ ହୋଇଥିଲା । କୋଭିଡ କଟକଣା ହଜାର ହଜାର ଭକ୍ତଙ୍କ ମନକୁ ହତାଶ କରିଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗତ ବର୍ଷ ପରି ଚଳିତ ବର୍ଷ ବି କରୋନାର ଦ୍ଵିତୀୟ ଲହରର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରଥ ଟଣା ବନ୍ଦ ଘୋଷଣା କରିଛନ୍ତି।ତେଣୁ ଆଜି ଏହି ରଥଦାଣ୍ଡ ଗୁଡ଼ିକ ଶୂନ୍ୟ ପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି