Masthead

ଉତ୍ତରାଖଣ୍ଡ ହିମସ୍ଖଳନ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଦେଶୀ ରାଷ୍ଟ୍ରମୁଖ୍ୟ

ଉତ୍ତରାଖଣ୍ଡ (ବଡ଼ ଖବର): ଦେବଭୂମିରେ ମହାପ୍ରଳୟ । ପ୍ରକୃତିର କରାଳ ରୂପକୁ ଅନେକ ଥର ନିଜ ଆଖିରେ ଦେଖିଛି ଦେବଭୂମି ଉତ୍ତରାଖଣ୍ଡ । ଦୀର୍ଘ ୭ବର୍ଷ ପରେ ପୁଣି ପ୍ରକୃତିର ତାଣ୍ଡବରେ ଛାରକାର ହୋଇଛି ଉତ୍ତରାଖଣ୍ଡ । ଆଉ ଆଖି ପିଛୁଳାକେ ଧୋଇଯାଇଛି ଅନେକ ଧନଜୀବନ । ରବିବାର ଋଷିଗଙ୍ଗାର ଉପର ମୁଣ୍ଡରେ ହିମ ସ୍ଖଳନ ଯୋଗୁଁ ଦେବଭୂମିରେ ଦେଖିବାକୁ ମିଳିଛି ଜଳ ପ୍ରଳୟ । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାରକାରୀ ଦଳ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ଅଛନ୍ତି ।

ଏହି ବିପତି ସମୟରେ ଭାରତ ସହ ଛିଡା ହୋଇଛି ସମଗ୍ର ବିଶ୍ୱ । ଆମେରିକା ଠାରୁ ବ୍ରିଟେନ, ନେପାଳ ଓ ପାକିସ୍ତାନର ବିଶ୍ୱ ନେତା ଭାରତ ସହିତ ରହିଥିବା ଟ୍ୱିଟ କରି ଜଣାଇଛନ୍ତି । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିଷ ଜନସନ ଟ୍ୱିଟ କରି କହଛନ୍ତି ଯେ ‘ଉତ୍ତରାଖଣ୍ଡ ରେ ଘଟିଥିବା ପ୍ରଳୟକାରୀ ବନ୍ୟା ପରେ ବ୍ରିଟେନ ଭାରତକୁ ସମସ୍ତ ସହାୟତା ଦେବାକୁ କହିଛି । ଗ୍ଲାସିୟର ଫାଟି ବନ୍ୟାର ସାମ୍ନା କରିଥିବା ପ୍ରତିଟି ଭାରତୀୟ ଓ ଉତ୍ତରାଖଣ୍ଡର ଉଦ୍ଧାରକାରୀ ଦଳ ସହ ମୋର ସମବେଦନା ।

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ଆମେରିକା ମଧ୍ୟ ଭାରତରେ ଗ୍ଲାସିଅର ଫାଟିବା ଓ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଗଭୀର ସମବେଦନା ଜଣାଇଛି । ସେପଟେ ପଡୋଶୀ ଦେଶ ନେପାଳ ଓ ପାକିସ୍ତାନ ମଧ୍ୟ ଭାରତ ସହ ଛିଡା ହୋଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଭାରତରେ ଜାପାନର ରାଷ୍ଟ୍ରଦୂତ ସତୋଷୀ ସୁଜୁକି ପିଡିତାଙ୍କୁ ସମବେଦନା ଜଣାଇଛନ୍ତି ।

ଉତ୍ତରାଖଣ୍ଡ ସହିତ ଫ୍ରାନ୍ସ ରହିଛି ବୋଲି ମାକ୍ରୋନ ଟ୍ୱିଟରେ ଜଣାଇଛନ୍ତି । ୨୦୧୩ରେ ହୋଇଥିବା ଉତରାଖଣ୍ଡ ମହାପ୍ରଳୟ ପରେ କ୍ଷୟକ୍ଷତିର ଚିହ୍ନ ଏବେବି ଲିଭି ନଥିବା ବେଳେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଦେବଭୂମି ସମେତ ସାରାଭାରତ ବର୍ଷକୁ ସ୍ତବ୍ଧ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି