Masthead

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

କୋଟଗଡ଼ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲଦାରଙ୍କୁ ଆଦିବାସୀ ଏକତା ପରିଷଦ ବୁଧବାର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ଦେଶବ୍ୟାପୀ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ ଆଦିବାସୀ ଏକତା ପରିଷଦ ବିରୋଧ କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ହେବାକୁ ଥିବା ଜନଗଣନାରେ ଆଦିବାସୀଙ୍କୁ ହିନ୍ଦୁ ଧର୍ମରେ ଲେଖାଇବାକୁ ଯୋଉଁ କଥା ଉଠୁଛି ତୀବ୍ର ବିରୋଧ କରିଛି ପରିଷଦ । ବିକାଶ ନାମରେ ଆଦିବାସୀଙ୍କୁ ବିସ୍ଥାପିତ କରିବା ବନ୍ଦ କରିବାକୁ ଆଦିବାସୀ ଏକତା ପରିଷଦ ସ୍ମାରକପତ୍ରରେ ଦର୍ଶାଇଛି । ଏହିଭଳି ୧୨ଦଫା ଦାବି ଉଲ୍ଲେଖ ରହିଛି ।

କୋଟଗଡ଼ ଆଦିବାସୀ ଏକତା ପରିଷଦର ସଦସ୍ୟମାନେ ଆଜି ଜଗନ୍ନାଥ ମନ୍ଦିରରୁ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲେ । ସେଠାରେ ତହସିଲଦାର ଲଷ୍ମୀଧର ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଣ୍ଟୁ ମଲିକ, ଜିରିମିୟ ସୁକାମାଝି, ଷ୍ଟିଫାନ ପ୍ରଧାନ, ସରୋଜ ବେହେରା ମାଝୀ, ସୁଜିତ ଦଳେଇ ମାଝି, ଆବ୍ରହମ ସୁକମାଝୀ, ସୁରଦା ପ୍ରଧାନ, ବଳବନ୍ତ କାର୍ଜି ମାଝିଙ୍କ ସମେତ ପ୍ରାୟ ୩୦ରୁ ଊର୍ଧ୍ୱ ଲୋକ ସାମିଲ୍ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି