Masthead

ଏବେ ବି ଚାଲିଛି କଙ୍ଗାରୁ କୋର୍ଟ, ନ୍ୟାୟ ମାଗୁଛନ୍ତି ୧୩ ପରିବାର

ଛେଣ୍ଡିପଦା, (ବଡ଼ ଖବର ବ୍ୟୁରୋ): ପୂର୍ବ ପୁରଷରୁ ଚାଲିଥିବା ସାମାଜିକ ସଂସ୍କାରର ବଶବର୍ତ୍ତୀ ହୋଇ ଏବେ ବି କିଛି ଗାଁରେ ଚାଲିଛି କଙ୍ଗାରୁ କୋର୍ଟ । ଏହି କୋର୍ଟର ନିଷ୍ପତ୍ତି ଗାଁ ଲୋକେ ମାନିବାକୁ ବାଧ୍ୟ । ନହେଲେ ଦୋଷୀକୁ ସାମାଜିକ ବାସନ୍ଦ କରାଯାଇଥାଏ । ଏପରିକି ଦୋଷୀଙ୍କ ସମେତ ତାଙ୍କର ପରିବାର ଲୋକମାନଙ୍କୁ ଗାଁରେ ନିଆଁ, ପାଣି, ଦୋକାନ, ବଜାର ବାରଣ କରାଯାଇଥାଏ । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଜରପଡ଼ା ଥାନା ସାନ୍ତାରାପୁର ଗ୍ରାମରେ ।
ଗାଁରେ କଙ୍ଗାରୁ କୋର୍ଟ ବସି ୪ମାସ ହେବ ୧୩ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି । ଏହି ୧୩ଟି ପରିବାର ବିରୋଧରେ ବିଭିନ୍ନ ଅଭିଯୋଗକୁ ନେଇ ବାସନ୍ଦ କରାଯାଇଛି। ବାସନ୍ଦ ହୋଇଥିବା ପରିବାର ପକ୍ଷରୁ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମର କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଗାଁ ନଳକୂଅକୁ ବ୍ୟବହାର ପାଇଁ ବାରଣ କରିଛନ୍ତି । ଗାଁ ଦୋକାନରୁ ସଉଦା ନେବା ପାଇଁ ମଧ୍ୟ ବାରଣ କରାଯାଇଛି । ଏପରିକି ଛୋଟ ଛୋଟ ପିଲାମାନଙ୍କୁ ଗ୍ରାମରେ ଟିଉସନ ଦେଇପାରୁ ନାହାନ୍ତି କି ସାଙ୍ଗସାଥୀମାନଙ୍କ ସହିତ ଖେଳି ମଧ୍ୟ ପାରୁନାହାନ୍ତି। ସେମାନେ ଦୋକାନକୁ ଗଲେ ମଧ୍ୟ ଦୋକାନୀ ଜିନିଷ ନ ଦେଇ ଫେରାଇ ଦେଉଛନ୍ତି । ଦୀର୍ଘ ୪ ମାସରୁ ଉଦ୍ଧ୍ୱର୍ ବିତିଯାଇଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରିପାରୁନାହିଁ ।
ଏହି ବିବାଦର ସମାଧାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ବାସନ୍ଦ ହୋଇଥିବା ପରିବାର ଅଭିଯୋଗ କରିଥିଲେ। ଏହି ଘଟଣା ସଂପର୍କରେ ଜରପଡ଼ା ଥାନା ଅଧିକାରୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ସାନ୍ତରାପୁର ଗ୍ରାମରୁ ଆଜି ପର୍ୟ୍ୟନ୍ତ ସାମାଜିକ ବାସନ୍ଦ ହୋଇଥିବା କୌଣସି ଅଭିଯୋଗ ଆସିନାହିଁ। ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦୁଇ ପୋଲିସ ଅଫିସର ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଥିଲେ । କେବଳ ନଳକୂଅ ଅପରିଷ୍କାର ହେଉଥିବାରୁ ସେଠାରେ ଗାଧୋଇବା, ବାସନ ମାଜିବା ଆଦି କାର୍ୟ୍ୟ ନକରିବା ପାଇଁ ଗ୍ରାମର ସମସ୍ତଙ୍କୁ ବାରଣ କରାଯାଇଛି ବୋଲି ପ୍ରକାଶ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି