Masthead

ବାଲି ମାଫିଆ ପୁଣି ସକ୍ରିୟ

ପୁରୁଷୋତ୍ତମପୁର, (ବଡ଼ ଖବର ବ୍ୟୁରୋ): ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ବେଆଇନ ବାଲି ଚାଲଣାକୁ ନେଇ ବିଗତ ଦିନରେ ତୁମୁଳକାଣ୍ଡ ଘଟିଛି । ଏହା ଥମି ନଥିବା ବେଳେ ପୁଣି ଏକ ଚୋରା ବାଲିଚାଲାଣ କଥା ଆଗକୁ ଆସିଛି। ବିନା ଲିଜଧାରୀ ରେମ୍ପରୁ ବାଲି ଚୋରା ଚାଲାଣ ବେଳେ ତହସିଲଦାର ଜନ୍ମେଜୟ ସାହୁଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା। ପାଖାପାଖି ୧୪ଟି ଟ୍ରାକ୍ଟର ଜବତ କରାଯାଇଥିଲା । ପ୍ରତ୍ୟେକ ଦିନ ଚୋରା ଚାଲାଣ ଟ୍ରାକ୍ଟର ମାଧ୍ୟମରେ ଗୋବା ଗ୍ରାମରୁ ବାହାର କରି ହିନ୍ଦୁଳା ଗ୍ରାମ ଦେଇ ମାଧପୁରୁ ରଙ୍ଗମାଟିଆ ପାହାଡ ନିକଟରେ ଜମାକରି ବଡ଼ ବଡ଼ ଟ୍ରକରେ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ତେବେ କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଘଟଣାସ୍ଥଳରେ ଅଚାନକ ଚଢଉ କରିଥିଲେ। ଗୋବାରୁ ହିନ୍ଦୁଳା ଗ୍ରାମ ଦେଇ ଯିବା ସମୟରେ ହିନ୍ଦୁଳା ମୌଜାରେ ଥିବା ଟ୍ରାକ୍ଟରଗୁଡିକ ବିନା କେ ଫର୍ମ ଯୋଗୁଁ ସିଜ କରିଛନ୍ତି ତହସିଲଦାର । କିନ୍ତୁ ଚୋରା ଚାଲାଣ ପାଇଁ ନୁହେଁ, କାରଣ ଗୋବା, ମାଧପୁର ଗ୍ରାମଗୁଡ଼ିକ ଛତ୍ରପୁର ତହସିଲ ମୌଜାରେ ଯାଉଛି। ତେଣୁ ନଦୀ ପଠାରେ ଥିବା ଜେସିବି ଏବଂ ଅନ୍ୟ ଟ୍ରାକ୍ଟର ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ସେହି ଅଞ୍ଚଳ ଛତ୍ରପୁର ତହସିଲ ଅର୍ନ୍ତଭୁକ୍ତ। ତେଣୁ ସବୁ ଟ୍ରାକ୍ଟରଗୁଡିକ ଉପରେ ଫାଇନ ପକା ଯାଇଥିବା ସୂଚନା ମିଳିଛି। କିନ୍ତୁ ବେଆଇନ ବାଲି ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ଅସନ୍ତୋଷ ଦେଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ