‘ମୁକେଶ ହଟାଅ ପାଲଲହଡ଼ା ବଞ୍ଚାଅ’

କଣିହା (ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପାଳଲହଡ଼ା ନିର୍ବାଚନମଣ୍ଡଳିରେ ପୁରୁଣା ବିଜେଡି କର୍ମୀଙ୍କ ମୁକେଶ ହଟାଅ ପାଲଲହଡ଼ା ବଞ୍ଚାଅ ନାରାରେ କମ୍ପୁଛି ପାଲଲହଡ଼ା ନିର୍ବାଚନମଣ୍ଡଳି । କର୍ଣ୍ଣପାଳ ପଞ୍ଚାୟତ ସିପୁର ଗ୍ରାମର ହାଟ ପଡିଆଠାରେ ପାଳଲହଡ଼ା ବିଧାୟକ ମୁକେଶ ପାଲଙ୍କୁ ପୁରୁଖା ବିଜେଡି ନେତାମାନେ ବିରୋଧ କରିଛନ୍ତି । ଦିନକୁ ଦିନ ଏହି ବିବାଦ ଉଗ୍ରହେବାରେ ଲାଗିଥିବା ଜଣାପଡିଛି । ୨୦୨୪ ନିର୍ବାଚନ ପାଇଁ ଦଳ ମୁକେଶ ପାଲଙ୍କୁ ବିଜେଡି ଟିକେଟ ଦେଇଛନ୍ତି ।

ଏବେ ତାଙ୍କୁ ଭୋଟ ନଦେବାକୁ ସ୍ଲୋଗାନ ଦେଲେଣି ବିଜେଡି ବିରୋଧୀ ଗୋଷ୍ଠୀ । କିଛି ଆଖିଦେଖାଣିଆ ବିଜେଡି କର୍ମୀଙ୍କୁ ନେଇ ମନମୁଖୀ କାର୍ଯ୍ୟ କରୁଛନ୍ତି ମୁକେଶ ପାଲ । ସେଥିପାଇଁ ପାଲଲହଡ଼ା ନିର୍ବାଚନମଣ୍ଡଳିରେ ଦଳ ଦୁଇ ଫାଳ ହୋଇଛି । ଆଗାମୀ ନିର୍ବାଚନରେ ବିରୋଧୀ ଗୋଷ୍ଠୀ କାହାକୁ ସମର୍ଥନ କରିବେ ସାଧାରଣରେ ଚର୍ଚ୍ଚା ଜୋରଧରିଛି । ଅନ୍ୟପଟେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ମଧ୍ୟ ନୀରବ ଥିବା ବିଜେଡି ଦଳ ପାଇଁ ବୁମେରାଙ୍ଗ ସାଜିଛି। ତେବେ ମୁକେଶ ଏଥର ବହୁ ଭୋଟରେ ପରାଜୟ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’