କେନାଲ ନାଁରେ ମିଛ ବିଲ କରି ସରକାରୀ ଟଙ୍କା ଚଳୁ

ସାହାରପଡା(ବଡ଼ ଖବର ବ୍ୟୁରୋ): ମନରେଗା ଯୋଜନାରେ ମହା ଘୋଟଲା । କେନାଲ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ । କେନାଲ ନାଁରେ ମିଛ ବିଲ କରି ୬ ଲକ୍ଷ୍ୟ ୪ ହଜାର ୧୫୩ ଟଙ୍କା ୪୯ ପଇସା ସରକାରୀ ଟଙ୍କାକୁ ଚଳୁ କରିଦେଇଛନ୍ତି ଖୋଦ ଗ୍ରାମ୍ୟ ରୋଜଗାର ସେବକ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ମଲାରପଦା ପଞ୍ଚାୟତରେ ଏହି ପଞ୍ଚାୟତରେ । ମଲାରପଦା ମହାନ୍ତ ସାହି ଠାରୁ କଣ୍ଡାରାବେଡା ପର୍ଯ୍ୟନ୍ତ କୌଣସି କେନାଲ ହୋଇନାହିଁ, ହେଲେ କେନାଲ ନାଁରେ ଲକ୍ଷାଧିକ ସହକାରୀ ଟଙ୍କା ଉଠାଯାଇଛି।

ତେବେ ଗ୍ରାମବାସୀ ତ୍ରିଲୋଚନ ମହାନ୍ତଙ୍କ କହିବା କଥା ମହାନ୍ତ ସାହିରୁ କଣ୍ଡାରାବେଡା ପ୍ରର୍ୟ୍ୟନ୍ତ ସବୁ ପଟାଭୁକ୍ତ ଜାଗା, ଏହି ଜାଗାରେ କିଏ ବା ଛାଡ଼ିବ କେନାଲ । ଉପରେ କୌଣସି ଜଳ ଭଣ୍ଡାର ନାହିଁ ତେବେ ପାଣି ଆସିବ କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଖାଲି ଏ ସବୁ ମିଛି ମିଛିକା ଜିଆରଏସ ମାଷ୍ଟର ରୋଲ୍ ପ୍ରସ୍ତୁତ କରି ବିନା କାମରେ ଲୋକଙ୍କ ଖାତାକୁ ଟଙ୍କା ଛାଡୁଛନ୍ତି । ସରକାରୀ ଟଙ୍କାକୁ ମନମାନୀ କରି ସମ୍ପୂର୍ଣ ଟଙ୍କା ହରିଲୁଟ କରୁଛନ୍ତି । ଏଣୁ ଜିଆରଏସଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ