Masthead

କେନାଲ ନାଁରେ ମିଛ ବିଲ କରି ସରକାରୀ ଟଙ୍କା ଚଳୁ

ସାହାରପଡା(ବଡ଼ ଖବର ବ୍ୟୁରୋ): ମନରେଗା ଯୋଜନାରେ ମହା ଘୋଟଲା । କେନାଲ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ । କେନାଲ ନାଁରେ ମିଛ ବିଲ କରି ୬ ଲକ୍ଷ୍ୟ ୪ ହଜାର ୧୫୩ ଟଙ୍କା ୪୯ ପଇସା ସରକାରୀ ଟଙ୍କାକୁ ଚଳୁ କରିଦେଇଛନ୍ତି ଖୋଦ ଗ୍ରାମ୍ୟ ରୋଜଗାର ସେବକ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ମଲାରପଦା ପଞ୍ଚାୟତରେ ଏହି ପଞ୍ଚାୟତରେ । ମଲାରପଦା ମହାନ୍ତ ସାହି ଠାରୁ କଣ୍ଡାରାବେଡା ପର୍ଯ୍ୟନ୍ତ କୌଣସି କେନାଲ ହୋଇନାହିଁ, ହେଲେ କେନାଲ ନାଁରେ ଲକ୍ଷାଧିକ ସହକାରୀ ଟଙ୍କା ଉଠାଯାଇଛି।

ତେବେ ଗ୍ରାମବାସୀ ତ୍ରିଲୋଚନ ମହାନ୍ତଙ୍କ କହିବା କଥା ମହାନ୍ତ ସାହିରୁ କଣ୍ଡାରାବେଡା ପ୍ରର୍ୟ୍ୟନ୍ତ ସବୁ ପଟାଭୁକ୍ତ ଜାଗା, ଏହି ଜାଗାରେ କିଏ ବା ଛାଡ଼ିବ କେନାଲ । ଉପରେ କୌଣସି ଜଳ ଭଣ୍ଡାର ନାହିଁ ତେବେ ପାଣି ଆସିବ କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଖାଲି ଏ ସବୁ ମିଛି ମିଛିକା ଜିଆରଏସ ମାଷ୍ଟର ରୋଲ୍ ପ୍ରସ୍ତୁତ କରି ବିନା କାମରେ ଲୋକଙ୍କ ଖାତାକୁ ଟଙ୍କା ଛାଡୁଛନ୍ତି । ସରକାରୀ ଟଙ୍କାକୁ ମନମାନୀ କରି ସମ୍ପୂର୍ଣ ଟଙ୍କା ହରିଲୁଟ କରୁଛନ୍ତି । ଏଣୁ ଜିଆରଏସଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ