Masthead

ଲୁହ-ଲହୁର ଯନ୍ତ୍ରଣାରେ ଛଟପଟ ମଣିଷମାନେ ଆଖିବୁଜି ଦେଇଛନ୍ତି

ଗୋଟିଏ ଯାତ୍ରା ଯାହା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆଗରୁ ମହାଯାତ୍ରାରେ ପରିଣତ ହୋଇଛି

ଭୁବନେଶ୍ୱର/ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଲୌହଦାନବର ରକ୍ତଭୋଜି । ମର୍ମନ୍ତୁଦ, ହୃଦୟବିଦାରକ, ଅତି ଭୟଙ୍କର । ଗଲା ୨୮ ବର୍ଷ ଭିତରେ ଏଭଳି ଭୟାନକ ରେଳ ଦୁର୍ଘଟଣା ଦେଖି ନ ଥିଲା ଦେଶ । ସମସ୍ତେ ସ୍ତବ୍ଧ, ଛାତିଥରା ଚିତ୍କାରରେ ଫାଟିପଡୁଛି ବାଲେଶ୍ୱରର ବାହାନଗା । ସାଇରନର ଛାତିଥରା ଶବ୍ଦ । ହସ୍ପିଟାଲ ଆଗରେ ନାହିଁ ନ ଥିବା ଭିଡ଼ । ଲୁହ-ଲହୁର ଯନ୍ତ୍ରଣାରେ ଛଟପଟ ମଣିଷମାନେ ଆଖିବୁଜିଦେଇଛନ୍ତି । ଗୋଟିଏ ଯାତ୍ରା ଯାହା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆଗରୁ ମହାଯାତ୍ରାରେ ପରିଣତ ହୋଇଛି । ସମସ୍ତଙ୍କୁ କନ୍ଦାଇ ଦେଇଛି କରମଣ୍ଡଳ ଏକ୍ସପ୍ରେସ ।

ଗଦା ଗଦା ମୃତଦେହ ଭିତରେ ନିଜ ଲୋକଙ୍କୁ ଖୋଜୁଛି ମଣିଷ । ଜୀବନ ତ ରହିଲାନି, ଅନ୍ତତଃ ମୃତ ଶରୀର ମିଳିଯାଉ, ଶେଷକୃତ୍ୟ ହୋଇଯାଉ । ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଥିବା ଯାତ୍ରୀର ଶେଷଯାତ୍ରା ମୁକ୍ତିପଥରେ ଯାଉ


ଗୋଟେ ଟ୍ରେନ୍ ସାଢେ ୩ ଘଂଟା ପୂର୍ବରୁ ଗନ୍ତବ୍ୟସ୍ଥଳରୁ ବାହାରିଥିିଲା । ସାଥୀରେ ଅନେକ ଲୋକଙ୍କୁ ନେଇ । କେତେ ସ୍ୱପ୍ନ, ସମ୍ଭାବନାକୁ ସାଥୀରେ ଧରି । କିଏ କିଛି ବାଟରେ ଓହ୍ଲାଇଗଲା । କିଏ ଆଗକୁ ଓହ୍ଲାଇବାର ଥିଲା । ଆଉ କିଏ ଟ୍ରେନର ଶେଷ ଷ୍ଟପେଜ ଯାଏଁ ଯିବାକୁ ନିଷ୍ପତ୍ତି ନେଇଥିଲା । କିଏ ପରିବାର ସହ ଥିଲା, କିଏ ପରିବାର ପାଖକୁ ଯାଉଥିଲା । ଅଚାନକ ପଟରି ଉପରେ ଦୌଡୁଥିବା କରମଣ୍ଡଳ ବାଟ ବଦଳାଇଦେଲା । ସେ ବାଟ ଥିଲା ମୃତ୍ୟୁର । ଶହ ଶହ ମଣିଷଙ୍କ ଲହୁ ଲୁହର । ସବୁ ବଦଳିଗଲା । ଯେତେବେଳେ ଛିଟିକି ପଡିଥିବା କରମଣ୍ଡଳକୁ ସାମ୍ନାରୁ ପିଟିଦେଲା ଆଉ ଏକ ଟ୍ରେନ୍ । ଆର୍ତ୍ତନାଦ, କରୁଣ ଚିତ୍କାରରେ ଏ ଯାତ୍ରା ଶେଷ ହେବା ଆଗରୁ ସରିଗଲା । ସମସ୍ତେ ଛିନ୍ନଛତ୍ର । ମାଟି ଉପରେ ମଥା, ମଥା ଉପରେ ରେଳଡବା । ଯିଏ ବାହାରିଗଲା ବଞ୍ଚିିଗଲା, ଯିଏ ରହିଗଲା ସେ ଆଉ କେବେ ବି ଦୁନିଆ ଦେଖିପାରିଲା ନାହିଁ

ବ୍ଲାକ ଫ୍ରାଇଡେ । କଳା ଶୁକ୍ରବାର । ଏହାଠୁ କଳା ଆଉ କଣ ହୋଇପାରେ, ଏହାଠୁ ଯନ୍ତ୍ରଣାଦାୟକ ଆଉ କଣ ଥାଇପାରେ । ଏ ଶୁକ୍ରବାର ସଦାକାଳ ମନେରହିବ, ସ୍ୱାଧୀନ ଭାରତର ଭୟଙ୍କର ରେଳ ଦୁର୍ଘଟଣା ଭାବେ । ଲୌହଦାନବର କ୍ରୁର ରକ୍ତଭୋଜିର କଳା ଅଧ୍ୟାୟ ସହ ।

 -କିଶନ ବାରାଇଙ୍କ ରିପୋର୍ଟ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା