Masthead

କାନ୍ଥରୁ ଲିଭିନି ଶୁଭ ବିବାହ, ହେଲେ ମଥାରୁ ଲିଭିଗଲା ସିନ୍ଦୂର

ସୋର  (ବଡ଼ ଖବର ବ୍ୟୁରୋ): କାନ୍ଥରୁ ଲିଭିନି ଶୁଭ ବିବାହ । ହେଲେ ମଥାରୁ ଲିଭିଗଲା ସିନ୍ଦୂର । କାଳ ପାଲଟିଲା କରମଣ୍ଡଳ । ଆଉ ସବୁଦିନ ପାଇଁ ଦେଇଗଲା ଶୁଭଶ୍ରୀଙ୍କୁ ଦାରୁଣ ଦୁଃଖ । କାନ୍ଥରୁ ଲିଭିନି ଶୁଭ ବିବାହର ଚିହ୍ନ । । ଏବେ ବି ଦାଉ ଦାଉ ହୋଇ ଦିଶୁଛି ଶୁଭଶ୍ରୀଙ୍କ ସହିତ ବିକ୍ଷିପ୍ତଙ୍କ ଶୁଭ ପରିଣୟ ଲେଖା । କଥା ଦେଇଥିଲେ ବିକ୍ଷିପକ୍ତ ବିବାହ ବାର୍ଷିକୀରେ ପୁରୀ ଯିବା । ଜଗନ୍ନାଥ ମନ୍ଦିର ଯିବା । ଅଧୁରା ରହିଲା ଜଗନ୍ନାଥ ଦର୍ଶନ । ବାଲେଶ୍ୱର ଜିଲ୍ଲା ଝିଙ୍କିରିଆ ପଂଚାୟତ ସିଂଙ୍ଗିପୁର ଗ୍ରାମର ଭଗବାନ ପଳେଇଙ୍କ ଏକମାତ୍ର ପୁଅ ବିକ୍ଷିପ୍ତ ପଳେଇ । ଟାଟା ପୱାର ବିଦ୍ୟୁତ କମ୍ପାନୀ ରେ ବାଲେଶ୍ୱରରେ ଆକାଉଣ୍ଟେନ ଅଧିକାରୀ ଭାବେ କାମ କରୁଥିଲେ ।

ଭଦ୍ରକ ରେ ଘର ଭଡା ନେଇ ରହୁଥିବା ବେଳେ ପ୍ରତିଦିନ କରମଣ୍ଡଳ ଟ୍ରେନ ବାଲେଶ୍ୱର ପର୍ଯ୍ୟନ୍ତ ଯିବା ଆସିବା କରିଥାନ୍ତି । ସବୁଦିନ ପରି ସେହିଦିନ ସେହି ଟ୍ରେନ ଯାଇଥିଲେ । ଟ୍ରେନ ରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀଙ୍କୁ ସହ ଫୋନ ରେ କଥା ହୋଇଥିଲେ । ବହୁ ଶୀଘ୍ର ଘରେ ପହଁଚିବି ବୋଲି ମଧ୍ୟ କହିଥିଲେ । ହେଲେ ସେ କ’ଣ ଜାଣିଥିଲେ ବାଟରେ ଜଗିଥିଲା ଯମ । ଶୁଭଶ୍ରୀ ଜାଣିନଥିଲେ ତାଙ୍କ ସ୍ୱାମୀଙ୍କ ସହିତ ଏହି କଲ ଶେଷ କଲ ବୋଲି । ଟ୍ରେନ ଦୁର୍ଘଟଣାର ଖବର ଜଣିଲା ପରେ ସଂଗେ ସଂଗେ କଲ କରିଥିଲେ ଶୁଭଶ୍ରୀା ହେଲେ ଲାଗିନଥିଲା ଫୋନ । ସେତେବେଳକୁ ଶଭଶ୍ରୀଙ୍କୁ ଜୀବନରେ ଆସିସାରିଥିଲା କଳାର ପାହାଡ଼ । ସାହାସ କରି ପରିବାର ସହ ବାଲେଶ୍ୱରରେ ସ୍ୱାମୀଙ୍କୁ ଖୋଜିଥିଲେ ।

ବାହାନଗା ବିଦ୍ୟାଳୟରେ ଥିବା ଶବର ପାହାଡ଼ରୁ ପାଇଥିଲେ ସ୍ୱାମୀଙ୍କୁ । ବିବାହ ୫ ବର୍ଷ ହୋଇଯାଇଥିବା ବେଳେ ତାଙ୍କ ଘର କାନ୍ଥ ରେ ଲେଖାଯାଇଥିବା ଶୁଭ ବିବାହ ଏବେବି ଦାଉ ଦାଉ ଦେଖାଯାଉଛି । ବିକ୍ଷିପ୍ତଙ୍କ ଏକ ମାତ୍ର ଝିଅ ୪ ବର୍ଷ ଏବେବି ବାପା ଙ୍କ ଫଟୋ କୁ ଧରି ଗେଲ୍ଲ କରୁଛି । ବାପା ବାପା ବୋଲି ଡାକ ପକାଇ ଚଳାଇଛି । ହେଲେ ସେ ଜାଣି ପାରୁନି ତା ବାପା ଆଉ କେବେବି ତା ଡାକ ଶୁଣିବେନି । କି ତାକୁ କୋଳେଇ ନେବନି । ବିକ୍ଷିପ୍ତ ଥିଲେ ପରିବାର ଏକମାତ୍ର ରୋଜଗାର ବ୍ୟକ୍ତି । ଦୀର୍ଘ ୭ ବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଇବାର ବୋଝ ବିକ୍ଷିପ୍ତ ଙ୍କ କାନ୍ଧ ଉପରେ ଥିଲା । ବିକ୍ଷିପ୍ତ ଚାଲି ଯିବାର ଦୁଃଖ କେବଳ ପରିବାରକୁ ନୁହେଁ ସାରା ଗାଁକୁ ସ୍ତବ୍ଧ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ