Masthead

ପୋଲିସ ଉପରେ ଲୋକେ ଖପ୍ପା

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରଞ୍ଜିଆ ଥାନା ଚଢେଇଭୋଳ ଗାଁରେ ଥିବା ମସଜିଦର କବାଟ କାଚ ଭଙ୍ଗାକୁ କେନ୍ଦ୍ରକରି ପ୍ରଥମେ ରାସ୍ତା ଅବରୋଧ ଓ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ କାର୍ଯ୍ୟରେ ବାଧାଦେଲେ ଅସନ୍ତୁଷ୍ଟ ଲୋକେ। ଫଳରେ ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ଧରି ୪୯ନ. ଜାତୀୟ ରାଜପଥରେ ଯାତାୟତ ଠପ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନରେ ଚଢ଼େଇଭୋଳ ଗାଁର ଯୁବକ ଛେରା ମୁଣ୍ଡା କୌଣସି କାରଣରୁ ନିଜ ମୁଣ୍ଡରେ ମସଜିଦର କବାଟ କାଚକୁ ଭାଙ୍ଗି ଦେଇଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ଲୋକ ଛେରାଙ୍କୁ କାବୁ କରି ଘଟଣା ସମ୍ପର୍କରେ ପଚାରି ବୁଝିବାକୁ ଚେଷ୍ଟା କରିଥିଲେ। ମାତ୍ର ଛେରାଙ୍କ କଥାବାର୍ତ୍ତା ଓ ହାବଭାବ ଅସାମାନ୍ୟ ଲାଗିବାରୁ,ମାନସିକ ବିକୃତ ଭାବି ସେମାନେ ତାଙ୍କୁ ନିକଟସ୍ଥ ଫାଣ୍ଡିରେ ଜିମା ଦେଇଥିଲେ ଲୋକେ ।

ପରେ ପୁଲିସ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପାଠାଇବା ବେଳେ ସୃଷ୍ଟି ହୋଇଥିଲା ଗୁଜବ । ଛେରା ମାନସିକ ବିକୃତ ନୁହେଁ, ବରଂ ଜାଣିଶୁଣି ତାକୁ କେହି କାଚ ଭାଙ୍ଗିବାକୁ ପ୍ରବର୍ତ୍ତାଇଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା । ଆରମ୍ଭ ହୋଇଗଲା ହୋହାଲା। ଆହତ ଯୁବକକୁ ମେଡ଼ିକାଲ ନେବା ବଦଳରେ ପ୍ରଥମେ କରଞ୍ଜିଆ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରୁ, ପରେ ଆହତଙ୍କ ଚିକିତ୍ସା ହେବ ବୋଲି ଲୋକଙ୍କ ଦାବି ଜୋର ଧରିଥିଲା। ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବା ଦେଖି ଅସନ୍ତୋଷ ଲୋକେ ସଙ୍ଗେ ସଙ୍ଗେ ୪୯ନ.ଜାତୀୟ ରାଜପଥ ଅବରୋଧ କରିଥିଲେ । ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋଟ ନଉଠାଇବା ପାଇଁ ମଧ୍ୟ ନାଲିଆଖି ଦେଖାଇଥିଲେ । କରଞ୍ଜିଆ ଏସଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଥିଲା ରାସ୍ତା ଅବରୋଧ । ପରେ ଆହତ ଯୁବକଙ୍କୁ ପୋଲିସ କରଞ୍ଜିଆ ମେଡ଼ିକାଲ ନେଇ ଚିକିତ୍ସିତ କରାଇଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ