Masthead

ବିଧାୟିକାଙ୍କୁ ୭କିମି ଚଲାଇଲେ ଗ୍ରାମବାସୀ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଦୀର୍ଘ ଏକ ମାସ ଧରି ବଢିଚାଲିଛି । ଏଥିପାଇଁ ତାଟ, କୁଂଜିଆ, ବିଉଁରିଆ, ନାକୁଡ଼ାମତା ଗ୍ରାମର ଲୋକେ ଅତିଷ୍ଟ ହୋଇପଡିଲେଣି । ବାରମ୍ବାର ଅଭିଯୋଗ ପରେବି ଶୁଣିବାକୁ ନାରାଜ ବନ ବିଭାଗ । ଅଭିଯୋଗ ନଶୁଣିବାରୁ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ । ବିଧାୟିକା ସେହି ରାସ୍ତା ଦେଇ ବାରିପଦା ଯାଉଥିଲେ । ହେଲେ ସେ ଲୋକଙ୍କ ସମସ୍ୟାକୁ ନବୁଝି ଏଡାଇ ହୋଇ ଚାଲି ଯାଉଥିଲେ । ବିପନ୍ନ ଲୋକେ ଏହା ଦେଖି ବିଧାୟିକାଙ୍କ ଗାଡ଼ି ଅଟକାଇଥିଲେ । ବିଧାୟିକାଙ୍କୁ ସବୁକଥା ଜଣାଇଥିଲେ । ପରେ ତାଙ୍କୁ ଗାଡିରୁ ଓହ୍ଲାଇ ହାତୀ ନଷ୍ଟ କରିଥିବା ବିଲ ପାଖକୁ ତାଙ୍କୁ ଚଲାଇ ଚଲାଇ ନେଇ ଯାଇଥିଲେ କ୍ଷତିଗ୍ରସ୍ତ ଘର, ପରିବା ଚାଷ, ଉଜୁଡ଼ା ଫସଲ ବୁଲେଇ ବୁଲେଇ ବିଧାୟିକାଙ୍କୁ ଦେଖାଇଲେ । ଲୋକଙ୍କ ଅସୁବିଧା ନବୁଝି ମୁହଁ ଫେରାଇ ଚାଲିଯାଉଥିଲେ ବିଧାୟିକା । ଏହି ମୁହଁ ଫେରାଇ ପଳାଇବା ଘଟଣା ବିଧାୟିକାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର