Masthead

ପ୍ରେଗନେଣ୍ଟଙ୍କ ପାଇଁ ବେବୋଙ୍କ ପୁସ୍ତକ ଉନ୍ମୋଚନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ବେବୋ କରିନା କପୁର ବନିବାକୁ ଯାଉଛନ୍ତି ପୁଣିଥରେ ମାଆ । ନିକଟରେ କରୀନାଙ୍କ ପ୍ରଥମ ସନ୍ତାନ ତୈମୁରର ଚତୁର୍ଥ ଜନ୍ମଦିନ ଥିଲା । ଏହି ଅବସରରେ କରୀନା ନିଜର ଆଗାମୀ ପୁସ୍ତକ ସମ୍ବନ୍ଧରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ପ୍ରେଗନେନ୍ସିକୁ ନେଇ ଅନେକ ଲୋକ କରୀନାଙ୍କୁ ପ୍ରଶ୍ନ ପଚାରିଥିଲେ । ଏହି କଥାକୁ ଆଖିରେ ରଖି କରୀନା ପ୍ରେଗନେନ୍ସି ସମ୍ବନ୍ଧିତ ଏକ ପୁସ୍ତକ ପ୍ରକାଶ କରିଛନ୍ତି । ପୁସ୍ତକରେ ସେ ଲୋକଙ୍କର ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି । ଏହି ପୁସ୍ତକ ସମ୍ବନ୍ଧରେ କରିନା ନିଜ ଇନଷ୍ଟା ଆକାଉଣ୍ଟରେ ଜଣାଇଛନ୍ତି । କରୀନା ପୁସ୍ତକର କଭର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହ କ୍ୟାପସନ ଦେଇଛନ୍ତି, ଆଜିର ଦିନ ପୁସ୍ତକର ଘୋଷଣା କରିବା ପାଇଁ ସଠିକ୍ ସମୟ । ପୁସ୍ତକଟି ସମସ୍ତ ମାଆ ମାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ।

ଏହି ପୁସ୍ତକରେ ମାଆ ହେବା ସମୟର ଅନୁଭୂତି ବର୍ଣ୍ଣିତ ହୋଇଛି । ଏବଂ ପୁସ୍ତକ ସମସ୍ତଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ ବୋଲି କରିନା କହିଛନ୍ତି । ବେବୋଙ୍କ ଏହି ପ୍ରେଗନେନ୍ସି ପୁସ୍ତକର ନାଁ ରହିଛି କରୀନା କପୁର ଖାନସ୍ ପ୍ରେଗନେନ୍ସି ବାଇବଲ୍ । ୨୦୨୧ରେ କରୀନାଙ୍କ ଏହି ପୁସ୍ତକଟି ପ୍ରକାଶିତ ହେବ । ବେବୋଙ୍କ ଏହି ପ୍ରୟାସକୁ ଲୋକମାନଙ୍କର ଛୁଟିଛି ପ୍ରଶଂସାର ସୁଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା