Masthead

ଭଗବାନଙ୍କୁ ଛାଡ଼ି କେଉଁ ଅଭିନେତାକୁ ପୂଜା କରିଲେ ଏହି ଲୋକ, ଜାଣିବା ପାଇଁ ପଢ଼ନ୍ତୁ..

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଓ ଲକଡାଉନ ବେଳେ ପ୍ରବାଶୀ ଶ୍ରମିକଙ୍କ ଠାରୁ ଆରମ୍ଭକରି ଗରିବ ଲୋକମାନଙ୍କୁ ତାଙ୍କର ଆବଶ୍ୟକୀୟ ସାହାଯ୍ୟ କରି ଢେରସାରା ପ୍ରଶଂସା ପାଇଛନ୍ତି ସେ । ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜି ତାଙ୍କୁ ଘରକୁ ପହଞ୍ଚାଇବା ପାଇଁ ସବୁ ପ୍ରକାରର ସାହାଯ୍ୟ କରିବା, ଟ୍ରେନ ଠାରୁ ଆରମ୍ଭକରି ବସ୍ ଏପରିକି ଫ୍ଲାଇଟ ଟିକେଟ ମଧ୍ୟ ବୁକ କରିବା ଆଦି ତାଙ୍କୁ ବାସ୍ତବ ଜୀବନର ହିରୋ ବନାଇଛି । ଲକଡାଉନ ସରିଯାଇଥିଲେ ମଧ୍ୟ ତାଙ୍କୁ ଲୋକଙ୍କୁ ସହାୟତା କରିବା ଜାରି ରହିଛି । ଅସୁବିଧାରେ ଥିବା ଲୋକେ ସହାୟତା ପାଇଁ ପ୍ରଥମେ ତାଙ୍କୁ ଅନୁରୋଧ କଲେ ସେ ସଙ୍ଗେ ସଙ୍ଗେ ସହାୟତାର ହାତ ବଢାଉଛନ୍ତି । ସେ ହେଉଛନ୍ତି ବଲିଓଡ଼ ଅଭିନେତା ସୋନୁ ସୁଦ । ଏଥିପାଇଁ ଏବେ ତାଙ୍କୁ ଚାରିଆଡୁ ଫିଲ୍ମ ପାଇଁ ଅଫରର ସୁଅ ଛୁଟୁଛି । ସିମ୍ବା, ଆର.ରାଜକୁମାର ତଥା ଅରୁନ୍ଧତୀ ପରି ସୁପରହିଟ ଫିଲ୍ମରେ ସୋନୁଙ୍କୁ ଭିଲେନ ଭୂମିକାରେ ଦମଦାର ଆକ୍ସନ କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ହାତରେ ଏବେ ୪ ରୁ ୫ଟି ଭଲ ପ୍ରୋଜେକ୍ଟ ରହିଛି । ଏକ ନୂଆ ଆରମ୍ଭ ସହ ଆଗକୁ ଏକ ନୂଆ ଚରିତ୍ରରେ ଅଭିନୟ କରିବାକୁ ବେଶ ଭଲ ଲାଗିବ ବୋଲି ସୋନୁ ଜଣାଇଛନ୍ତି ।

ଏବେ ସୋନୁ ସାଧାରଣ ଲୋକମାନଙ୍କ ପାଇଁ ପାଲଟିଛନ୍ତି ସତ ସତିକା ଭଗବାନ । ସେଥିପାଇଁ ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲା ଡବ୍ୱାଥାଣ୍ଡା ଗାଁଆରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକରି ଏକ ମନ୍ଦିର ତିଆରି କରାଯାଇଛି । ସେଠାରେ ସୋନୁଙ୍କୁ ଲୋକେ ପୂଜା କରୁଥିବା ଦେଖିବାକୁ ମିଳିଛି । ଏପରିକି ପାରମ୍ପରିକ ଗୀତ ଗାଇ ଆଳତି ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି । ଜିଲ୍ଲା ପରିଷଦଙ୍କ ସହାୟତାରେ ତିଆରି ହୋଇଥିବା ଏହି ମନ୍ଦିରକୁ ରବିବାର ଦିନ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଉଦଘାଟିତ କରାଯାଇଛି । ସୋନୁଙ୍କ ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟ ଗିରି କୋଣ୍ଡଲ ରେଡ୍ଡି, କରୋନା କାଳରେ ଗରିବ ଅସହାୟ ଲୋକଙ୍କୁ ସୋନୁଙ୍କ ସାହାଯ୍ୟ ଯୋଗୁ ତାଙ୍କୁ ଦେଶ ବିଦେଶରେ ବେଶ ସମ୍ମାନ ମିଳିବା ସହ ତାଙ୍କ ଭଲ କାମ ପାଇଁ ସେ ସମସ୍ତଙ୍କ ପାଇଁ ଭଗବାନ ପାଲଟିଛନ୍ତି ବୋଲି କହିଛନ୍ତି । ସେହିପରି ମନ୍ଦିର ନିର୍ମାଣ ଯୋଜନା ସଂଗଠନର ସଦସ୍ୟ ରମେଶ, ମହାମାରୀ ସମୟରେ ପୂରା ୨୮ ରାଜ୍ୟର ଲୋକଙ୍କୁ ସୋନୁ ସାହାଯ୍ୟ କରିଛନ୍ତି ବୋଲି ଜଣାଇଛନ୍ତି । ବାସ୍ତବରେ ସୋନୁ ସୁଦ ଜଣେ ରିଅଲ ଲାଇଫ ହିରୋ ଏକଥା ସେ ପ୍ରମାଣିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼