Masthead

ଅନଲାଇନ ଗେମିଙ୍ଗରେ ଲାଗୁ ହେଲା ୨୮% ଟ୍ୟାକ୍ସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜିଏସଟି କାଉଂସିଲର ୫୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ବହୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରାଯାଇଛି ଏବଂ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୂରୀ ମଧ୍ୟ ସାମିଲ ଥିଲେ । ଏମାନଙ୍କ ସହ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥ ମନ୍ତ୍ରୀ ଏବଂ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ । ବୈଠକରେ ନିଆଯାଇଥିବା ବଡ଼ ନିଷ୍ପତ୍ତି ଅନଲାଇନ ଗେମିଙ୍ଗ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବା ଲାଗି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଏହା ଉପରେ ଟ୍ୟାକ୍ସ ଦର ୧୮ ପ୍ରତିଶତ ଥିଲା । ସେହିପରି ସିନେମା ହଲରେ ଖାଦ୍ୟ ଓ ପାନୀୟ ପଦାର୍ଥ ଉପରେ ଲାଗୁଥିବା ବିଲ୍ ଉପରେ ଜିଏସଟି କମ୍ କରିବାକୁ ନେଇ ହୋଇଥିବା ସୁପାରିଶକୁ ମଞ୍ଜୁରୀ ମିଳିଛି । ଏବେ ଏହି ପଦାର୍ଥ ଉପରେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ସମସ୍ତ ନିଷ୍ପତ୍ତିର ସୂଚନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସ କରି ଦେଇଛନ୍ତି । ଏହା ବ୍ୟତୀତ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର ।

କ୍ୟାନ୍ସରର ଇମ୍ପୋର୍ଟେଡ ଔଷଧ ଉପରେ ଆଇଜିଏସଟି ଏବେ ଆଉ ଲାଗିବ ନାହିଁ । ଅର୍ଥାତ ଔଷଧ ମୂଲ୍ୟରେ ହ୍ରାସ ଆସିବ । ରନ୍ଧା ହୋଇନଥିବା ସ୍ନାକ୍ସ ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ସେହିପରି ଇମିଟେସନ, ଜରି ସୂତ୍ର ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏଲଇଡି ସ୍ଲାଗ ଉପରେ ମଧ୍ୟ ଜିଏସଟି ହାର ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଦୀର୍ଘ ଦିନ ହେବ ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗକୁ ନେଇ ଚର୍ଚ୍ଚା କରୁଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି