ଲାଲବାହିନୀର ୱାରରୁମ ପାଲଟିଲା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଲାଲବାହିନୀର ୱାରରୁମ ପାଲଟିଲା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର୍ । ଲାଲବାହିନୀର ଲାଲଘର ଏବେ ପାଲଟିଛି ଲାଲଗଡର ଶିକ୍ଷା ମନ୍ଦିର । ଯେଉଁ ଲାଲ ଘରେ ଦିନେ ଲାଲବାହିନୀର କମ୍ରେଡ଼ ମାନଙ୍କୁ ଦିଆଯାଉଥିଲା ହିଂସାର ଶିକ୍ଷା । ବିଧ୍ୱଂସକାରୀ ରଣନୀତି ପ୍ରସ୍ତୁତ ହେଉଥିଲା ନକ୍ସା । ଶିକ୍ଷା ନେଉଥିଲେ ବନ୍ଧୁକ ଗୋଳା ବାରୁଦରେ କିପରି ସମାଜରେ ସୃଷ୍ଟି କରିହେବ ଅସ୍ଥିରତା ଆଜି ସେହି ଲାଲଘରେ ଆଦିବାସୀ ଛାତ୍ରଛାତ୍ରୀମାନେ ନେବେ କମ୍ପୁଟର ତାଲିମ । ଏମିତି କିଛି ଅଭିନବ ପ୍ରୟାସ ଜାରି ରଖିଛି ମାଲକାନଗିରି ଜିଲ୍ଲା ପୋଲିସ । ଦୀର୍ଘ ୩ ଦଶନ୍ଧିର ଲାଲ ସାମ୍ରାଜ୍ୟକୁ ଶିକ୍ଷାର ପ୍ରଚାର ପ୍ରସାର କରି ସମୁଳେ ପରାସ୍ତ କରିବାକୁ ଉଦ୍ୟମ ଚଳାଇଛି ଜିଲ୍ଲା ପୋଲିସ। ସୀମା ସୁରକ୍ଷାବାହିନୀର ସହାୟତାରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆଦିବାସୀ ପିଲାଙ୍କୁ ସ୍ୱାଭିମାନୀ କରିବା ଲାଗି ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ସ୍ୱାଭିମାନ ଅଞ୍ଚଳର ଜୋଡ଼ାଆମ୍ବ ଥାନା ଅଞ୍ଚଳରେ ଉଦଘାଟନ କରାଯାଇଛି ମାଗଣା କମ୍ପୁଟର ତାଲିମ ଶିକ୍ଷା କେନ୍ଦ୍ର । ଯାହାର ସମ୍ପୂର୍ଣ ଖର୍ଚ୍ଚ ବହନ କରୁଛି ପୋଲିସ ବିଭାଗର କମ୍ୟୁନିଟି ପୋଲିସିଙ୍ଗ।

ବଦଳିଛି ବିଚ୍ଛିନ୍ନାଞ୍ଚଳର ଚିତ୍ର ବଦଳିଛି ସ୍ବାଭିମାନ ଅଞ୍ଚଳର ପରିବେଶ । ଯେଉଁ ବିଛିନ୍ନାଞ୍ଚଳରେ ଦିନେ ଉଡୁଥିଲା ହିଂସାର ପ୍ରତୀକ ଲାଲ ପତକା , ଆଜି ସେଠି ଉଡୁଛି ଆମ ଗର୍ବ ଗୌରବର ପ୍ରତୀକ ତ୍ରିରଙ୍ଗା । ଆଉ ଯେଉଁ ଅଞ୍ଚଳରେ ଦିନେ ଏହି ଲାଲ ଘର ଦେଉଥିଲା ମାଓବାଦୀଙ୍କ ଅନ୍ଧାରି ଦୁନିଆର ବାର୍ତ୍ତା ଆଜି ସେଇ ଘର ଦେଖାଉଛି ସୁନ୍ଦର ସମାଜ ଗଠନର ମାର୍ଗ । ଏହି ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଜୋଡ଼ାଆମ୍ବ ଗ୍ରାମର ଦୃଶ୍ୟ । ଦୂର ଦୁରାନ୍ତର ପଛୁଆବର୍ଗର ଆଦିବାସୀ ପିଲାଙ୍କୁ ସମାଜର ଅନ୍ୟ ମାନଙ୍କ ଭଳି ଉତ୍ତମ ଶିକ୍ଷା ଦେବା ଲାଗି ଏବେ ମାଲକାନଗିରି ପୁଲିସ ପକ୍ଷରୁ ପ୍ରଥମ କରି ଆରମ୍ଭ କରାଯାଇଛି ମାଗଣା କମ୍ପୁଟର ତାଲିମ କେନ୍ଦ୍ର । ଏହାର ଉଦଘାଟନ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ନିଜେ ପିଲାଙ୍କ ପାଖରେ ରହି ଇଂରାଜୀ ସହ କମ୍ପୁଟର ଜ୍ଞାନ ସମ୍ପର୍କରେ ପିଲାଙ୍କୁ ବୁଝାଇବା ସହ ଅଭିଜ୍ଞ ପ୍ରଶିକ୍ଷକଙ୍କ ସହାୟତାରେ ଏହି ତାଲିମ କେନ୍ଦ୍ର ପ୍ରତିଦିନ ସକାଳେ ଦୁଇ ଘଂଟା ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାଭିମାନ ଅଞ୍ଚଳର ୨୬ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ ଆଗାମି ଦିନରେ ଆହୁରି କମ୍ପ୍ୟୁଟର ତାଲିମ କେନ୍ଦ୍ର ଖୋଲା ଅଧିକରୁ ଅଧିକ ପିଲା ମାନଙ୍କୁ ମାଗଣା ତାଲିମ ଦିଆଯିବାର ଲକ୍ଷ ରଖିଛି ମାଲକାନଗିରି ଜିଲ୍ଲା ପୋଲିସ । ସ୍ୱାଭିମାନ ଅଞ୍ଚଳରେ ଅଧିକରୁ ଅଧିକ ଶିକ୍ଷାର ପ୍ରଚାର ପ୍ରସାର ହେଲେ ସମାଜରେ ନକାରାତ୍ମକ ଶକ୍ତିକୁ ନିଶ୍ଚିତ ପରାସ୍ତ କରିହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ