Masthead

ବ୍ୟାକ୍ ଟୁ ବ୍ୟାକ୍ ତିନୋଟି ଫିଲ୍ମରେ ନଜର ଆସିପାରନ୍ତି କାର୍ତ୍ତିକ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଖୁବ୍ କମ୍ ଦିନରେ ସଫଳତାର ପାହାଚ ଚଢି ଚାଲିଛନ୍ତି ଅଭିନେତା କାର୍ତ୍ତିକ ଆରିୟନ । ଗୋଟେ ପରେ ଗୋଟେ ହିଟ୍ ମୁଭି ଭେଟି ଦେଇ ସେ ଏବେ ସବୁ ଦର୍ଶକଙ୍କ ମନରେ ପ୍ରିୟ ହୋଇ ରହିଛନ୍ତି । କହିବାକୁ ଗଲେ ବି-ଟାଉନରେ ଏବେ ତାଙ୍କ ଡିମାଣ୍ଡ ଖୁବ୍ ବଢି ଯାଇଛି । ନାମିଦାମୀ ନିର୍ମାତା ମାନେ ଏବେ କାର୍ତ୍ତିଙ୍କୁ ନିଜ ମୁଭି ପାଇଁ ଅଫର ଦେଉଛନ୍ତି । କିଛି ଦିନ ପୁର୍ବରୁ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ମୁଭି ଦୋସ୍ତାନା ପାଇଁ ବିବାଦ ଘେରରେ ଟାଣି ହୋଇ ରହିଥିଲେ କାର୍ତ୍ତିକ । ଏବେ କିନ୍ତୁ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କାର୍ତ୍ତିକଙ୍କୁ ଏବେ ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗରେ ତିନି ତିନିଟି ଫିଲ୍ମର ଅଫର ଆସିଛି ।

ପ୍ରଜୋଜକ ବାସୁ ଭଗନାନୀ ତାଙ୍କୁ ଏକାଥରରେ ତିନୋଟି ଫିଲ୍ମର ଅଫର ଦେଇଛନ୍ତି । କିନ୍ତୁ କାର୍ତ୍ତିକ ଏହି ଅଫରକୁ ଗ୍ରହଣ କରିଛନ୍ତି କି ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ କର୍ତ୍ତିଙ୍କ ଫ୍ୟାନ୍ସ ମାନେ କିନ୍ତୁ ଏହି ଖବର ଶୁଣି ବେଶ୍ ଖୁସି ଅଛନ୍ତି । ଫିଲ୍ମ ଲଭ ଆଜକଲ୍ ପରେ କାର୍ତ୍ତିକ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ଗୁଡିକୁ ନେଇ ବିଜି ରହିଛନ୍ତି । ଧମାକା, ଭୁଲଭୁଲେୟାଁ-୨, ଫ୍ରେଡି ଭଳି କିଛି ଦମଦାର ମୁଭିର ସୁଟିଂ ଆରମ୍ଭ କରି ସାରିଲେଣି କାର୍ତ୍ତିକ । ତା ସାଙ୍ଗକୁ ଏବେ ପୁଣି ତାଙ୍କ ହାତରେ ତିନି ତିନିଟି ମୁଭିର ଅଫର ।

ଦୋସ୍ତାନା-୨ରୁ ବାହାରିବା ପରେ ବୋଧହୁଏ ତାଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମର ଅଫର ମିଳିଛି ବୋଲି ଏବେ ସବୁଠି ଆଲୋଚନା ହେଉଛି । ତେବେ ପ୍ରଥମେ ୨୦୧୧ରେ ପ୍ୟାର କା ପଞ୍ଚନାମା ଫିଲ୍ମରେ ଡେବ୍ୟୁ କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ କାର୍ତ୍ତିକ । ତାଙ୍କ ପ୍ରଥମ ମୁଭି ଏତେଟା ହିଟ୍ ହୋଇ ନଥିଲେ ବି ପରେ ପରେ ସେ କିଛି ବ୍ଲକ ବଷ୍ଟର ଦେଇଛନ୍ତି ଇଣ୍ଡଷ୍ଟ୍ରିକୁ । ୨୦୧୮ରେ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ୱୀଟି’ରେ ତାଙ୍କ ଡିମାଣ୍ଡ ବଢି ଯାଇଥିଲା ବି ଟାଉନରେ । ପରେ ପରେ ଲୁକା ଛୁପି, ପତି ପତ୍ନୀ ଔର ୱ ଏବଂ ଲଭ ଆଜ୍ କଲ୍ରେ ନଜର ଆସିଥିଲେ କାର୍ତ୍ତିକ । ଏବେ ବି ଟାଉନରେ ତାଙ୍କର କାଫି ଫ୍ୟାନ ଫଲୋଇଙ୍ଗ୍ ଦେଖିବାକୁ ମିଳେ । ଜଣେ ଆଗ ଧାଡିର ନାୟକ ଭାବେ ସେ ଏବେ ସମସ୍ତଙ୍କୁ ଟକ୍କର ଦେଉଛନ୍ତି । ତେବେ ଆଗକୁ ସେ କେଉଁ କେଉଁ ଅବତାରରେ ନଜର ଆସିବେ ତାହା ଦେଖିବାକୁ ଦର୍ଶକ ଏବେ ବେଶ୍ ଉତ୍ସାହିତ ହୋଇ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା