Masthead

ତାମିଲନାଡୁ ଦଳାଚକଟା ଘଟଣା, ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି

ତାମିଲନାଡୁ (ବଡ଼ ଖବର ବ୍ୟୁରୋ): ତାମିଲନାଡୁ କରୁର ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି । ପୃଥକ ପୃଥକ ହସ୍ପିଟାଲ୍‌ରେ ୯୫ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । କେତେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ସାଉଥ ଷ୍ଟାର ବିଜୟଙ୍କ ଟିଭିକେ ରାଲିରେ ଘଟିଛି ବଡ଼ ଅଘଟଣ । ସେପଟେ ଏଇ ଘଟଣା ଘଟିବା ପରେ ଗଭୀର ଦୁଃଖ ପ୍ରକାଶ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । କରୁର ଯାଇ ମୃତକଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । କୌଣସି ରାଜନୈତିକ ରାଲିରେ ଏପରି ପୂର୍ବରୁ ଘଟି ନ ଥିଲା ସେ କହିଛନ୍ତି । ଏହି ଘଟଣା ପରେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠନ କଲେ ତଦନ୍ତ କମିଶନ । ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ସଭାରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି ।

ବିଜୟଙ୍କ ରାଲିରେ ୧୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ୫୦ ହଜାର ଲୋକ ଯୋଗ ଦେଇଥିଲେ । ରାଲି ପାଇଁ ଲୋକମାନେ ଅପେକ୍ଷା କରିଥିବା ବେଳେ ବିଜୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ସଭାସ୍ଥଳରେ ପ୍ରାୟ ୬ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ । ସଭାସ୍ଥଳରେ ଭାଷଣ ଦେଉଥିବା ବେଳେ ହୋଇଥିଲା ଦଳାଚକଟା । ଦଳାଚକଟା ଅଘଟଣ ପାଇଁ ବିଜୟ ଭାଷଣ ବନ୍ଦ କରି ସହାୟତା ପାଇଁ ଅପିଲ କରିଥିଲେ । କାର୍ୟ୍ୟକର୍ତ୍ତାଙ୍କୁ ପାଣି ଯୋଗାଇବା ସହ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ କହିଥିଲେ ବିଜୟ । ପ୍ରାୟ ୫୦ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିଥିବା ବେଳେ ଉଦ୍ଧାରକାର୍ୟ୍ୟକୁ ତ୍ବରାନ୍ବିତ କରାଯାଇଛି । ଅନ୍ୟ ଜିଲ୍ଲାରୁ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ତୁରନ୍ତ କରୁର ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ