Masthead

ପେସା ଓ ନିଶାରେ ପ୍ରାଣୀସେବା

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଯିଏ ସରକାରୀ ଚାକିରୀ କରିଛନ୍ତି, କେବଳ ନିଜର ସମୟସୀମା ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି । ଏଭଳିସ୍ଥିତିରେ ଜଣେ ଯୁବକ ସରକାରୀ ଚାକିରୀ କରିଛନ୍ତି ସତ, ସିଏ ଯେଉଁ ବିଭାଗରେ କାର୍ଯ୍ୟ କରୁଛନ୍ତି କିପରି ଲୋକମାନେ ଉକ୍ତ ବିଭାଗ ଦ୍ୱାରା ଉପକୃତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିନେଇ ଚେଷ୍ଟା ଜାରି ରଖିଛନ୍ତି । ପ୍ରତ୍ୟେକଦିନ ଗାଁ ଗାଁ ବୁଲି ନିଜ ବିଭାଗ ଅଧୀନରେ ଆସୁଥିବା ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି ଏହି କର୍ମଚାରୀ । ଏଥିସହ ତାଙ୍କ ପ୍ରେରଣାରେ ଉକ୍ତ ଗ୍ରାମର ବେରୋଜଗାର ଲୋକମାନେ ବିଭିନ୍ନ ପ୍ରକାର ଚାଷ କରି ଫଳପ୍ରଦ ହେବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ବନ୍ତ ବ୍ଲକ ଓଡ଼ଙ୍ଗ ପ୍ରାଣୀ ଚିକିତ୍ସା ବିଭାଗର ନିରୀକ୍ଷକ ପ୍ରିୟବ୍ରତ ରାଉତ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ‌ ସରମରା ଗାଁରେ ଜନ୍ମିତ ପ୍ରିୟବ୍ରତ ରାଉତ । ବର୍ତମାନ ଓଡ଼ଙ୍ଗ ପ୍ରାଣୀ ଚିକିତ୍ସା ବିଭାଗରେ ନିରୀକ୍ଷକ ଭାବେ କାମ କରୁଛନ୍ତି। ଚାକିରିରୁ ଟିକିଏ ସମୟ ପାଇଲେ ବ୍ଲକର ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ଓ ପ୍ରାଣୀମାନଙ୍କ ଚିକିତ୍ସା କରିଥାନ୍ତି।

୨୦୧୧ ସମ୍ବଲପୁରସ୍ଥିତ ଚିପିଲିମା ଲାଇଭଷ୍ଟକ୍ ବ୍ରିଡିଙ୍ଗ ଫାର୍ମରେ ପ୍ରଶିକ୍ଷଣ ନେଇଥିଲୋ । ୨୦୧୨ ବନ୍ତ ବ୍ଲକ ଆଡ଼ିଆ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପ୍ରଥମେ ନିଯୁକ୍ତି ପାଇଥିଲେ। ପ୍ରାଣୀ ନିରୀକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରି ଏହାକୁ ପେସା ଓ ନିଶା ଭାବେ ଗ୍ରହଣ କରିଥିଲେ। ପ୍ରାଣୀମାନଙ୍କ ସରଳ ଚିକିତ୍ସାକରି ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ହୋଇପାରିଛନ୍ତି। ଓଡ଼ଙ୍ଗ ଅଞ୍ଚଳରେ ଦିନକୁ ଦିନ ଚାରଣ ଭୂମି କମି ଯାଉଥିବାରୁ ବିଭିନ୍ନ କିସମର ଘାସ ଚାଷ କରିବା ପାଇଁ ଗୋପାଳକମାନଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଓ ସହଯୋଗରେ ଗୋପାଳକମାନେ ହଇବ୍ରିଡ ନାପିଅର, ସୁପର ନାପିଅର, ଆଜୁଲା, ବାରାଗୁଡ଼ି, ପାରା ଭଳି ବିଭିନ୍ନ ପ୍ରଜାତିର ଘାସ ଚାଷ କରି ଗାଈମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିପାରୁଛନ୍ତି । ଗାଈମାନଙ୍କ ପାଇଁ ଦାନା କିଣିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି। ବିଦେଶୀ ଗାଈଙ୍କଠାରୁ କୃତ୍ରିମ ପ୍ରଜନନ ମାଧ୍ୟମରେ ଶଙ୍କର ଜାତୀୟ ଛୁଆ ସୃଷ୍ଟି କରି ଗୋପାଳକମାନଙ୍କ ଗାଈ ସଂଖ୍ୟା ବୃଦ୍ଧି କରିଛନ୍ତି। ବେକାର ଯୁବକମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏହି କାର୍ଯ୍ୟରେ ସଫଳ ହେଲେ ମୋତେ ଆତ୍ମସନ୍ତୋଷ ମିଳିଥାଏ ପ୍ରିୟବ୍ରତ କହିଛନ୍ତି । ବର୍ତ୍ତମାନ ସମୟରେ ଦୁଗ୍‌ଧ ଓ ଦୁଗ୍‌ଧଜାତ ସାମଗ୍ରୀର ଚାହିଦାକୁ ଦୃଷ୍ଟିରେ ରଖି ପ୍ରିୟବ୍ରତ ରାଉତ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ନିତ୍ୟାନ୍ତ ପ୍ରଶଂସାଯୋଗ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି