Masthead

ଥାନାରେ ଝୁଲୁଛି ଘର ଚାବି, ୫ଦିନ ହେଲା ରାସ୍ତାରେ ପରିବାର

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ଟଙ୍କା ପାଇଁ ଘରେ ପଡ଼ିଛି ତାଲା । ଘରର ଚାବି ଝୁଲୁଛି ଥାନାରେ । ରାସ୍ତାରେ ୫ଦିନ ହେଲା ବିତୁଛି ପୁରା ପରିବାରର ଜୀବନ । ପ୍ରବଳ ଥଣ୍ଡାରେ ରାସ୍ତାରେ ଦିନ, ରାତି ବିତାଉଛନ୍ତି । ଆଖିରୁ ଶୁଖୁନି ଲୁହ । ବାଲେଶ୍ୱର ଭୋଗରାଇ ହୁଗୁଳି ପଂଚାୟତ ବରବରିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁର ସୁଧୀର ଜେନା ଦୀର୍ଘ ବର୍ଷ ଧରି ପରିବାରକୁ ନେଇ ଗୋଆରେ କାମ କରୁଥିଲେ । ସେଠାରେ କାମ କରିବା ସମୟରେ ସୁଧୀର ବ୍ରେନ ଷ୍ଟୋକ ରୋଗରେ ପୀଡ଼ିତ ହେଲେ । ବହୁ ଜାଗାରେ ଡାକ୍ତର ପାଖରେ ଚିକିତ୍ସା କରିଥିଲେ ଅର୍ଥ ଅଭାବରୁ ରୋଗ ଭଲ ନହେବାରୁ ବରବରିଆ ଗ୍ରାମର ସୁଶୀଲ ଜେନାଙ୍କ ପାଖରୁ ୩ ଲକ୍ଷ ଟଙ୍କା କରଜ ନେଇଥିଲେ ସୁଧୀର । ଟଙ୍କା ନେବାର କିଛି ମାସ ମଧ୍ୟରେ ୧ ଲକ୍ଷ ୫୦ ହଜାର ଟଙ୍କା ସୁଧୀର ଫେରାଇ ଦେଇ ଅବଶିଷ୍ଟ ଟଙ୍କା କିଛି ଦିନ ମଧ୍ୟରେ ଦେବେ ବୋଲି କହିଥିଲେ ।

ସୁଧୀର ରୋଗରୁ ସାମାନ୍ୟ ଭଲ ହୋଇ ପରିବାର ସହିତ ୧୦ ତାରିଖରେ ଘରକୁ ଫେରିଥିଲେ । ଏହି ସମୟରେ ଟଙ୍କା କରଜ ଦେଇଥିବା ସୁଶୀଲ ଓ ତାଙ୍କ ଦୁଇ ଭାଇ ସୁଧୀରଙ୍କ ସମେତ ତାଙ୍କ ପରିଵାରକୁ ମରନ୍ତାକ ଆକ୍ରମଣ କରି ଘରୁ ବାହାର କରି ଦେଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ସ୍ଥାନୀୟ ମେରାଇନ ପୋଲିସ ପହଂଚି ସୁଧୀରଙ୍କ ଘରେ ତାଲା ପକାଇ ତାଳସାରି ସାମୁଦ୍ରିକ ଥାନା ଅଧିକାରୀଣି ଚମ୍ପାବତୀ ସରେନ ଚାବି ନେଇଯାଇଥିଲେ । ସେହି ଦିନ ଠାରୁ ଶୀତ କାକରରେ ସୁଧୀରଙ୍କ ପରିବାର ରାସ୍ତାରେ ରାତି କାଟୁଛନ୍ତି । ଶୀଘ୍ର ଏହାର ସମାଧାନ କରି ଚାବି ଫେରାଇବାକୁ ଦାବି କରିଛନ୍ତି ପରିବାର ସଦସ୍ୟ ସମେତ ପୂର୍ବତନ ସରପଂଚ ତପନ ପଣ୍ଡା । ଟଙ୍କାକୁ ନେଇ ଏଭଳି ସ୍ଥିତି ଚାଲିଥିବା ବେଳେ ଉଭୟଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଛି ମେରାଇନ ପୋଲିସ । ଆଜି ଭଳି ଦିନରେ ଦୀର୍ଘ ୫ଦିନ ହେଲା ରାସ୍ତାରେ ଜୀବନ କାଟୁଛନ୍ତି ସୁଧୀରଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା