Before Header

ଦୁଇ ଦିନିଆ ଗୋଆ ଗସ୍ତରେ କେଜ୍ରିୱାଲ

0 16

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୁଇ ଦିନିଆ ଗୋଆ ଗସ୍ତ କରିବେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏହି ଗସ୍ତ କରୁଥିବାର ସୂଚନା ମିଳିଛି । ଆସନ୍ତା ରାଜନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ସେପଟେ କିଛିଦିନ ପୂର୍ବରୁ ଗୋଆରେ ମଧ୍ୟ ଦିଲ୍ଲୀ ମଡେଲକୁ ଅନୁସରଣ କରାଯିବ ବୋଲି ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଥିଲେ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ଥର ଗୋଆ ଗସ୍ତ କରିସାରିଥିବାବେଳେ ଆଜି ଚତୁର୍ଥ ଥର ପାଇଁ ଗୋଆ ଗସ୍ତରେ ଯିବେ କେଜ୍ରିୱାଲ । ତେବେ ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାଣ୍ଟକ ଭଣ୍ଡାରୀ ସମ୍ପ୍ରଦାୟର ସଦସ୍ୟଙ୍କ ମୁଖ୍ୟାଳୟରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.