ଶ୍ରୀମନ୍ଦିର ଅନ୍ଧାର ତଦନ୍ତ ନିର୍ଦ୍ଦେଶ

ପୁରୀ (ବଡ଼ ଖବର ବ୍ୟୁରୋ): ଜଗନ୍ନାଥ ମନ୍ଦିର ନିକଟରେ ବ୍ୟବହୃତ ଫୋକସ୍ ଲାଇଟ୍ ବନ୍ଦ ହୋଇଯିବା ଘଟଣା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସରକାର ବଦଳିବା ପରେ ଏକପ୍ରକାର ଅନ୍ଧକାର ହୋଇଯାଇଛି ଶ୍ରୀକ୍ଷେତ୍ର । ତିନି ଦିନ ହେଲା ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଛି ।

ଆଲୋକୀକରଣ ବ୍ୟବସ୍ଥାକୁ ହଠାତ ବନ୍ଦ କରିଦେବା ପରେ ଅସନ୍ତୋଷ ବଢି ଯାଇଛି । କାହା ନିର୍ଦ୍ଦେଶରେ ଲାଇଟ୍ ଖୋଲା ଯାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ତିନି ଦିନ ହେଲା ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ମନ୍ଦିରକୁ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଥିଲା । ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲେଜର ଲାଇଟ୍ ଲଗାଯାଇଥିଲା ।

ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା । ଏହି ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡ଼ୁଥିଲା । ଫଳରେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ତେବେ ଠିକାଦାରଙ୍କୁ ଲାଇଟ୍ କାଢିବାକୁ କିଏ ନିର୍ଦ୍ଦେଶ ଦେଇଛି ନା ସେ ନିଜ ଇଛାରେ କାଢିଛନ୍ତି ତାହା ଜଣାପଡିନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ଯାହାକୁ ନେଇ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ଚାଲୁ କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’