Masthead

ଆମେରିକା-ତାଲିବାନ ମଧ୍ୟରେ ମଧ୍ୟସ୍ଥତା କରିପାରନ୍ତି ଖାଲିଲଜାଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନକୁ ନେଇ ମାନସମନ୍ଥନ କରୁଛି ସମଗ୍ର ବିଶ୍ବ। ଇରାକରେ ଆମେରିକାର ବିଫଳତା ଓ ଏବେ ଆଫଗାନିସ୍ତାନରେ ତାଲିବାନର କବଜାକୁ ନେଇ ବିଶ୍ବ ସମୁଦାୟ ଆମେରିକାର ଶକ୍ତି ସନ୍ଦେହ କରିବାରେ ଲାଗିଛନ୍ତି । । ଆଉ ଏହି ସନ୍ଦେହର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ରହସ୍ୟମୟ ରାଷ୍ଟ୍ରଦୂତ ଜଳମୟ ଖାଲିଲଜାଦ । ଆଫଗାନିସ୍ତାନରେ ଥିବା ଆମେରିକାର ବିଶିଷ୍ଟ କୂଟନୀତିଜ୍ଞ ଖାଲିଲଜାଦ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ।

ତଥାପି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କର ତାଙ୍କ ପ୍ରତି ବିଶ୍ୱାସ ଓ ଭରସା ଅଛି । ତାଲିବାନ ପରବର୍ତ୍ତୀ ସମୟରେ କଣ କରିପାରିବେ ସେ ବିଷୟରେ ଖଲିଲଜାଦଙ୍କ ବ୍ୟତୀତ ଅନ୍ୟ କୌଣସି ଆମେରିକୀୟଙ୍କର ଧାରଣା ନାହିଁ। ସେଥିପାଇଁ ଆମେରିକା ରାଷ୍ଟ୍ରପତି ବାଇଡେନ ଖଲିଲଜାଦଙ୍କୁ ଆଫଗାନିସ୍ତାନରେ ରାଷ୍ଟ୍ରଦୂତ ରଖିଛନ୍ତି । ଖଲିଲଜାଦ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ତାଲିବାନ ସହ ସିଧାସଳଖ ଆଲୋଚନା କରିପାରିବେ । ୱାଶିଂଟନର ଆତଙ୍କବାଦ ବିରୋଧୀ ଯୁଦ୍ଧରେ ତାଙ୍କର ଭୂମିକା ପାଇଁ ଦୀର୍ଘ ଦିନ ଧରି ସେ ବିବାଦୀୟ ହୋଇପଡିଛନ୍ତି । ଖଲିଲଜାଦ ହିଁ ତାଲିବାନ ସହ ଆମେରିକର ଆଲୋଚନାର ନେତୃତ୍ବ ନେଇଥିଲେ । ଆମେରିକାର ତାଲିମପ୍ରାପ୍ତ ଆଫଗାନିସ୍ତାନ ସୈନ୍ୟ ବିରୁଦ୍ଧରେ ତାଲିବାନର ଆଶ୍ଚର୍ୟ୍ୟଜନକ ବିଜୟ ପରେ, ଅନେକ ବିଶେଷଜ୍ଞ ଖାଲିଲଜାଦଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ କେତେକ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ ଖଲିଲଜାଦ ତାଙ୍କର ବ୍ୟକ୍ତିଗତ ତଥା ପାରିବାରିକ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା ପାଇଁ ଏକ ‘ସ୍ବତନ୍ତ୍ର ରାଜନୈତିକ ଏଜେଣ୍ଡା’ ଆପଣାଇଛନ୍ତି ।

ଆଫଗାନିସ୍ତାନରେ ବିଶୃଙ୍ଖଳା ପାଇଁ ଖାଲିଲଜାଦଙ୍କୁ ଦାୟୀ କରାଯାଉଛି । ଆର୍ଥିକ ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଅନେକ ଦାବି କରୁଛନ୍ତି । ୨୦୧୪ରେ ଆମେରିକା ଇରାକ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ବ୍ୟବସାୟିକ କାର୍ୟ୍ୟକଳାପରୁ ବଞ୍ଚିତ ହୋଇଥିଲା । ପରେ ୟୁରୋପୀୟ ଦେଶରେ ଖଲିଲଜାଦଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଫ୍ରଜ୍ କରାଯାଇଥିଲା ।

୨୦୦୯ ଆଫଗାନିସ୍ତାନ ନିର୍ବାଚନରେ ଖଲିଲଜାଦ ପ୍ରାର୍ଥୀ ହେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଆମେରିକାର ବୈଦେଶିକ ସଚିବ ପଦ ପାଇଁ ତାଙ୍କ ନାମ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାର କରୁଥିବା ଜାଣିବା ପରେ ଖଲିଲଜାଦ ନିର୍ବାଚନରୁ ଓହରି ଯାଇଥିଲେ । ସୋଭିଏତ୍ ଏବଂ ଆମେରିକୀୟମାନଙ୍କ ପୂର୍ବରୁ ବ୍ରିଟିଶମାନେ ମଧ୍ୟ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲେ। ଖଲିଲଜାଦଙ୍କ ରାଜନାତିକ ଏଜେଣ୍ଡା ଆଫଗାନିସ୍ତାନ ଯୋଦ୍ଧାଙ୍କ ସହିତ ସମାନ । ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ହେଲେ ୱାଶିଂଟନରେ ଖଲିଲଜାଦଙ୍କ ରାଜନୈତିକ ଦବଦବା ବଢିପାରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ