Masthead

ବାପାର ପରିଚୟ ଖୋଜୁଛି ନବଜାତ ନିଷ୍ପାପ ଶିଶୁ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ବାପାର ପରିଚୟ ଖୋଜୁଛି ନବଜାତ ନିଷ୍ପାପ ଶିଶୁ । ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ଅଭିଯୋଗ ହେବାର ଦୀର୍ଘଦିନ ବିତି ଯାଇଥିଲେ ବି ପୋଲିସ ହାତ ଖାଲି। ଏହା ଭିତରେ ଯୁବତୀ ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।

ବାଲେଶ୍ବର ରେମୁଣା ବାସୁଖୁଣ୍ଟା ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକା ବାହାନଗା ବ୍ଲକ୍ ଗୋପାଳପୁର ଅଞ୍ଚଳରେ ଟୁଟୁ ସାହୁ ନାମକ ଜଣେ ମଦ ବ୍ୟବସାୟୀଙ୍କ ଘରେ ରହି ଘର କାମ କରୁଥିଲେ । ଟୁଟୁଙ୍କ ମଦ ଦୋକାନରେ କାମ କରୁଥିବା ଜଣେ ବିହାର ଅଞ୍ଚଳର ଯୁବକ ନାବାଳିକା ଜଣକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା ।

ପରେ ଯୁବତୀ ଜଣକ ୫ ମାସର ଗର୍ଭବତୀ ହେବା ପରେ ଷ୍ଟାଲିନ ମିଶ୍ର ନାମକ ଜଣେ ସହୃଦୟ ବ୍ୟକ୍ତି ଏବାବଦରେ ଯୁବତୀଙ୍କଠାରୁ ସମସ୍ତ ବିଷୟ ଜାଣିବା ପରେ ଶିଶୁମଙ୍ଗଳ କମିଟିରେ ଜଣାଇଥିଲେ । ପରେ ଶିଶୁମଙ୍ଗଳ କମିଟି ପକ୍ଷରୁ ଖନ୍ତାପଡା ଥାନାରେ ଏକ ପଷ୍କୋ ଆକ୍ଟ ମୁଳେ ଏକ ମାମଲା ରୁଜୁ ହୋଇଥିଲା । ମାତ୍ର ବିଡମ୍ବନାର ବିଷୟ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଯୁବତୀ ଜଣକୁ ଉଚିତ ନ୍ୟାୟ ମିଳିନଥିବା ବେଳେ ଜନ୍ମ ଦେଇଥିବା ଶିଶୁ ପୁତ୍ର ଜଣକ ବାପାର ପରିଚୟ ଖୋଜୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା