ବାପାର ପରିଚୟ ଖୋଜୁଛି ନବଜାତ ନିଷ୍ପାପ ଶିଶୁ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ବାପାର ପରିଚୟ ଖୋଜୁଛି ନବଜାତ ନିଷ୍ପାପ ଶିଶୁ । ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ଅଭିଯୋଗ ହେବାର ଦୀର୍ଘଦିନ ବିତି ଯାଇଥିଲେ ବି ପୋଲିସ ହାତ ଖାଲି। ଏହା ଭିତରେ ଯୁବତୀ ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।

ବାଲେଶ୍ବର ରେମୁଣା ବାସୁଖୁଣ୍ଟା ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକା ବାହାନଗା ବ୍ଲକ୍ ଗୋପାଳପୁର ଅଞ୍ଚଳରେ ଟୁଟୁ ସାହୁ ନାମକ ଜଣେ ମଦ ବ୍ୟବସାୟୀଙ୍କ ଘରେ ରହି ଘର କାମ କରୁଥିଲେ । ଟୁଟୁଙ୍କ ମଦ ଦୋକାନରେ କାମ କରୁଥିବା ଜଣେ ବିହାର ଅଞ୍ଚଳର ଯୁବକ ନାବାଳିକା ଜଣକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା ।

ପରେ ଯୁବତୀ ଜଣକ ୫ ମାସର ଗର୍ଭବତୀ ହେବା ପରେ ଷ୍ଟାଲିନ ମିଶ୍ର ନାମକ ଜଣେ ସହୃଦୟ ବ୍ୟକ୍ତି ଏବାବଦରେ ଯୁବତୀଙ୍କଠାରୁ ସମସ୍ତ ବିଷୟ ଜାଣିବା ପରେ ଶିଶୁମଙ୍ଗଳ କମିଟିରେ ଜଣାଇଥିଲେ । ପରେ ଶିଶୁମଙ୍ଗଳ କମିଟି ପକ୍ଷରୁ ଖନ୍ତାପଡା ଥାନାରେ ଏକ ପଷ୍କୋ ଆକ୍ଟ ମୁଳେ ଏକ ମାମଲା ରୁଜୁ ହୋଇଥିଲା । ମାତ୍ର ବିଡମ୍ବନାର ବିଷୟ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଯୁବତୀ ଜଣକୁ ଉଚିତ ନ୍ୟାୟ ମିଳିନଥିବା ବେଳେ ଜନ୍ମ ଦେଇଥିବା ଶିଶୁ ପୁତ୍ର ଜଣକ ବାପାର ପରିଚୟ ଖୋଜୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ