Masthead

ଆଜିର ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ଇଣ୍ଡିଆ- ଇଂଲଣ୍ଡ ଟି-୨୦ ମ୍ୟାଚ । ଗୁରୁବାର ହେଉଛି ଭାରତ ଓ ଇଂଲଣ୍ଡ ଟି-୨୦ର ୪ର୍ଥ ମ୍ୟାଚ । ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ । ଇଂଲଣ୍ଡ ଟେଷ୍ଟ ସିରିଜି ହାରିଥିଲେ ମଧ୍ୟ ଟି-୨୦ରେ ଫର୍ମକୁ ଫେରିଛି । ୩ୟ ଟି-୨୦କୁ ୮ ୱିକେଟରେ ହରାଇଛି ଟିମ ଇଂଲଣ୍ଡ । ଫଳରେ ରୁଟ ଟିମର ମନୋବଳ ଦୃଢ ରହିଛି । ଅନ୍ୟପଟେ ଭାରତ ଘରୋଇ ମାଟିରେ ୧ମ ଟି-୨୦ ହାରିଥିବାରୁ ଚାପରେ ଥିଲା । ଦ୍ୱିତୀୟ ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିଥିଲା । ମାତ୍ର ୩ୟ ଟି -୨୦ରେ ପୁଣି ଟିମ ଇର୍ଡିଆକୁ ମାତ ଦେଇଛି ଭ୍ରମଣକାରୀ ରୁଟ ବାହିନୀ । ୩ୟ ଟି-୨୦ ହାରିବା ନେଇ ସମୀକ୍ଷା କରିଛି ବିରାଟ ବାହିନୀ ।

ଗୁରୁବାରର ମ୍ୟାଚ ଭାରତ ଲାଗି ‘କର ବା ମର’ ସ୍ଥିତ ସୃଷ୍ଟି କରିଛି । ଟେଷ୍ଟରେ କମ ଜୋର ଥିବା ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଟି-୨୦ ଅଣଦେଖା କରିଥିଲା ଟିମ ଇଣ୍ଡିଆ । ଯାହାର ପରିଣତି ଭୋଗିଛି ବିରାଟ ବାହିନୀ । ଫଳରେ ୨-୧ରେ ରହିଛି ଭାରତ । ୩ୟ ଟି-୨୦ରେ ବିରାଟଙ୍କ ଅଧ୍ୟର୍ଦଶତକ ହୋଇଛି ବେକାର । ୪ର୍ଥ ମୁକାବିଲାରେ ଭାରତ ସିରିଜ ବିଜୟୀ ହେବା ଆଶାରେ ମଇଦାନକୁ ଓହ୍ଲାଇବ । ଗୁରୁବାର ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ