Masthead

୧୭ଟି ଦେଶରେ ବ୍ୟାପିଲାଣି ଭାରତୀୟ ପ୍ରଜାତିର ଭୂତାଣୁ

ଜେନେଭା (ବଡ଼ ଖବର ବ୍ୟୁରୋ): ଭାରତରେ କରୋନାର ଦ୍ୱିତୀୟ ଲହର ପ୍ରତିଦିନ ନୂଆ ରେକର୍ଡ଼ କରିଚାଲିଛି । ଯାହାକି ବିଶେଷଜ୍ଞଙ୍କ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି । ଆଉ ଦେଶରେ ନୂଆ ପ୍ରଜାତିର କରୋନା ଭୂତାଣୁ ଏଭଳି ସଂକ୍ରମଣର ବ୍ୟାପକତାକୁ ଅଧିକ ଭୟାବହ କରି ଚାଲିଛି । ଯେଉଁ କାରଣରୁ ଅନ୍ୟ ଦେଶର ସରକାର ମାନେ ମଧ୍ୟ ସେମାନଙ୍କ ନାଗରିକ ମାନଙ୍କୁ ଭାରତକୁ ନଯିବା ପାଇଁ ପରାମର୍ଶ ଦେଉଛନ୍ତି । ଭାରତରେ ଥିବା ଆମେରିକୀୟ ମାନଙ୍କୁ ଆମେରିକା ସରକାର ତୁରନ୍ତ ଭାରତ ଛାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଛି ।

ତେବେ ଏଭଳି ପରିସ୍ଥିତିରେ ଅନ୍ୟ ଏକ ଚିନ୍ତାର କାରଣ ହେଉଛି । ଭାରତରେ ସୃଷ୍ଟି ହୋଇଥିବା ଏହି ନୂଆ ପ୍ରଜାତିର ଭୂତାଣୁ ଏବେ ଅନ୍ୟ ୧୭ଟି ଦେଶରେ ଦେଖା ଦେଇଛି । ଅର୍ଥାତ ଏହି ଭୂତାଣୁ ଏବେ ଭାରତରୁ ଡେଇଁ ଅନ୍ୟାନ୍ୟ ଦେଶରେ ମଧ୍ୟ ପହଞ୍ଚିଛି । ଭାରତରେ ବ୍ୟାପୁଥିବା ବି୧.୬୧୭ର ସଂକ୍ରମଣ ବୃଦ୍ଧି ହାର ସବୁଠାରୁ ଅଧିକ । ଆଉ ମହାରାଷ୍ଟ୍ରରେ ଏହା ୫୦%ରୁ ଅଧିକ ନମୁନାରେ ଏହି ପ୍ରଜାତି ରହିଥିବା ମଧ୍ୟ ଜଣା ପଡ଼ିଛି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ମୁଖ୍ୟ ମାରିଆ ଭାନ କେର୍କୋଭ ଚିନ୍ତା ପ୍ରକଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ