ପଛରୁ ଆକ୍ରମଣ କରିବା ରଘୁରାମଙ୍କୁ ଶୋଭା ଦେଉନି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛନ୍ତି। ରାଜନ ଏପରି ଜଣେ ନେତା ହୋଇଛନ୍ତି,ଯିଏ ଅନ୍ୟର ଇସାରାରେ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ନିକଟରେ ରାଜନ କହିଥିଲେ, ପ୍ରଡକ୍ସନ ଲିଙ୍କଡ଼ ଇନସେଣ୍ଟିଭ (ପିଏଲ୍‌ଆଇ) ଯୋଜନା ଅଧୀନରେ ଭାରତ ମୋବାଇଲ ଫୋନ ଉତ୍ପାଦନ କରୁନାହିଁ, କେବଳ ସେଗୁଡିକୁ ‘ଆସେମ୍ବଲ’ କରୁଛି। ରାଜନଙ୍କ ଏହି ମନ୍ତବ୍ୟ ଉପରେ ମନ୍ତ୍ରୀ ବୈଷ୍ଣବ ଜବାବ ରଖିଛନ୍ତି।

ବୈଷ୍ଣବ କହିଛନ୍ତି ଯେ, ‘ ଯେତେବେଳେ ଭଲ ଅର୍ଥଶାସ୍ତ୍ରୀ ରାଜନେତା ବନିଯାଆନ୍ତି ସେତେବେଳେ ସେମାନେ ନିଜର ଆର୍ଥିକ ବୁଦ୍ଧିମତ୍ତା ହରାଇବସନ୍ତି । ତେଣୁ ଯେହେତୁ ରଘୁରାମ ଏବେ ଜଣେ ରାଜନେତା ବନିଗଲେଣି ତେଣୁ ତାଙ୍କୁ ଏବେ ସାମ୍ନାକୁ ଆସି ରାଜନୀତି କରିବା ଦରକାର । ଏହାସହ ଖୋଲାଖୋଲି ନିର୍ବାଚନ ମଧ୍ୟ ଲଢିବା ଉଚିତ । ପଛରୁ ଆକ୍ରମଣ କରିବା ରଘୁରାମଙ୍କୁ ଶୋଭା ଦେଉନି’ । ମନ୍ତ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଭାରତ ୩୦ପ୍ରତିଶତରୁ ଅଧିକ ଭାଲ୍ୟୁ ଆଡିସନ୍‌ କରିବ। ଏଥିସହ ତିନୋଟି କମ୍ପାନୀ ଖୁବ ଶୀଘ୍ର ବିଶ୍ୱ ପାଇଁ ମୋବାଇଲ ଫୋନ ଉପାଦାନ ପ୍ରସ୍ତୁତ କରିବେ। ଆଜି ବିଶ୍ୱ ଯୋଗାଣ ଶୃଙ୍ଖଳା ଏତେ ଜଟିଳ ଯେ କୌଣସି ଦେଶ ଏମିତି ନାହିଁ, ଯିଏ କି ୪୦ ପ୍ରତିଶତରୁ ଅଧିକ ଭାଲ୍ୟୁ ଆଡିସନ୍‌ ଦାବି କରିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ