Before Header

ଶିମିଳିପାଳରେ ୧ ଡିଗ୍ରୀ ତଳକୁ ଖସିଲା ପାରଦ

0 24

ବାରିପଦା(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ଶିମିଳିପାଳରେ ୧ଡିଗ୍ରୀ ତଳକୁ ଖସିଛି ପାରଦ । ପ୍ରକୃତିର ଦାନ ଶିମିଳିପାଳରେ ଆଜି ସକାଳୁ ବର୍ଷର ପ୍ରଥମ ତୁଷାରପାତ ହେଇଥିବାର ଦେଖିବାକୁ ମିଳିଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ତାପମାତ୍ରା ୧ ଡିଗ୍ରୀ ତଳକୁ ରହିଛି । ଶିମିଳିପାଳର ବହୁ ଅଂଚଳ ଯଥା ବରେହିପାଣି, ଚହଲା, ଜରନ୍ଦା, ବାରହକାମୁଡ଼ା ଆଦି ଅଞ୍ଚଳରେ ସର୍ବନିମ୍ନ ୩ରୁ ୪ଡିଗ୍ରୀ ଥିବାବେଳେ ଉପର ବାରହକାମୁଡ଼ା ଏବଂ ମେଘସନି ଅଞ୍ଚଳରେ ୧ରୁ ୨ ଡିଗ୍ରୀ ତାପମାତ୍ରା ରହିଥିବାର ସୂଚନା ମିଳିଛି। ସେଠାରେ ଦିନ ସମୟରେ ମଧ୍ୟ ଠିକ ଭାବରେ ଦୃଶ୍ୟମାନ ହେଉନାହିଁ ଦିଗବଳୟ । ଚାରି ଆଡେ଼ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ତେବେ ଆଗକୁ ଶୀତର ପ୍ରକୋପ ଆହୁରି ବଢିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.