Masthead

ନଭେମ୍ବରରେ ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଚଳିତ ବର୍ଷ ଶେଷରେ ଭାରତ ଏବଂ ଭାରତ ମଧ୍ୟରେ ବର୍ଡ଼ର-ଗାଭାସ୍କର ସିରିଜ୍ ଖେଳାଯିବ। ଏନେଇ ଉଭୟ ବିସିସିଆଇ ଏବଂ କ୍ରିକେଟ ଅଷ୍ଟ୍ରେଲିଆ ସୂଚୀ ଚୂଡ଼ାନ୍ତ କରିଛନ୍ତି। ଏହି ଶୃଙ୍ଖଳା ଟି-୨୦ ରୁ ଆରମ୍ଭ ହୋଇ ଟେଷ୍ଟରେ ଶେଷ ହେବେ। ନଭେମ୍ବର ୨୭ରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପରେ ଡିସେମ୍ବର ୪ରୁ ୩ଟି ଦିନିକିଆ ମ୍ୟାଚ ଓ ଶେଷରେ ଡିସେମ୍ବେର୍ ୧୭ରେ ୪ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇ ଜାନୁଆରୀ ୧୯ରେ ଶେଷ ହେବ। ଡିସେମ୍ବର ୧୭ରେ ପ୍ରଥମ ଟେଷ୍ଟ ଆଡିଲେଡ୍ ଓଭାଲରେ ଦିବାରାତ୍ରି ଟେଷ୍ଟ ଖେଳାଯିବ। ଯାହା ବିରାଟ କୋହଲିଙ୍କ ଦଳ ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଗୋଲାପୀ ବଲ୍ ଟେଷ୍ଟ ଖେଳିବେ । ଦିନରାତି ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୭ ରୁ ୨୧ ମଧ୍ୟରେ ଖେଳାଯିବ । ଅବଶିଷ୍ଟ ତିନୋଟି ଟେଷ୍ଟ ମେଲବୋର୍ଣ୍ଣ (ଡିସେମ୍ବର ୨୬-୩୦), ସିଡନୀ (ଜାନୁଆରୀ ୭-୧୧) ଏବଂ ବ୍ରିସବେନ୍ (ଜାନୁଆରୀ ୧୫-୧୯)ରେ ଅନୁଷ୍ଠିତ ହେବ । ୨୦୧୮-୧୯ରେ ଖେଳା ଯାଇଥିବ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଭାରତ ବର୍ଡ଼ର-ଗାଭାସ୍କର ଟ୍ରଫି ବଜାୟ ରଖିଥିଲା। ୟୁଏଇରେ ଅନୁଷ୍ଠିତ ହେଉଥିବା ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ସମାପ୍ତ ହେବା ପରେ ବର୍ଡ଼ର୍-ଗାଭାସ୍କର ସିରିଜ୍ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବେ ବୋଲି ଆଶା କରାଯାଉଛି । ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେମାନେ ବାଧ୍ୟତାମୂଳକ କ୍ୟାରେଣ୍ଟାଇନ୍ ଅବଧି ପରେ ଏକ ବାୟୋ-ସୁରକ୍ଷିତ ପରିବେଶରେ ରହିବେ । ଟେଷ୍ଟ ବିଶେଷଜ୍ଞ ଚେତେଶ୍ୱର ପୂଜାର ଓ ହନୁମା ବିହାରୀ ଅକ୍ଟୋବର ଶେଷ ସପ୍ତାହରେ ୟୁଏଇ ପହଞ୍ଚି ସେଠାରେ ସଙ୍ଗରୋଧ ସମୟ ବିତାଇପାରିବେ, ଯାହା ଫଳରେ ଅଷ୍ଟ୍ରେଲିଆରେ ସଙ୍ଗରୋଧର ସମୟ କମିଯାଇପାରିବ ବୋଲି ବିସିସିଆଇ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ