Masthead

ବିପଦ ସଙ୍କୁଳ ଅବସ୍ଥାରେ ପଢୁଛନ୍ତି ଛାତ୍ରଛାତ୍ରୀ

କୋରେଇ (ବଡ଼ ଖବର ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଫଳକ ମାରି ଭାଙ୍ଗିଦେଲେ ସ୍କୁଲ ଘର । ବିପଦ ସଂକୁଳ ଘରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ତିନୋଟି ଘର । ପୂର୍ବରୁ ଥିବା ବିଜେଡି ସରକାର କରିଥିବା ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି । ଏ ହେଉଛି କୋରେଇ ବ୍ଲକ ପଥରପଦା ପଞ୍ଚାୟତ ଓଚିନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ଘର ନିର୍ମାଣ ପାଇଁ ୨୦୨୩/୨୪ ଆର୍ଥିକ ବର୍ଷରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା ।

ଅନୁଦାନ ଆସିବା ପରେ ପୂର୍ବରୁ ଥିବା ବିଜେଡି ସରକାରର କର୍ମୀମାନେ ସ୍କୁଲ ପରିସରରେ ଥିବା ଏକ ଘରକୁ ଭାଙ୍ଗି ନୂତନ ଘର ନିର୍ମାଣ ପାଇଁ ଫଳକ ମାରିଥିଲେ । ଫଳକରେ ଆରମ୍ଭ ତାରିଖ ଲେଖାଥିଲେ ମଧ୍ୟ ଶେଷ ହେବାର ତାରିଖ ଲେଖା ହୋଇନି । ଇତି ମଧ୍ୟରେ ଦୀର୍ଘମାସ ବିତି ଯାଇଥିଲେ ମଧ୍ୟ ଘର ଆରମ୍ଭ ହୋଇ ପାରିଲା ନାହିଁ । ଯାହା ଫଳରେ ଶ୍ରେଣୀ ଗୃହର ଅଭାବ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବିଭିନ୍ନ ସମସ୍ୟା ହେଉଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଥିବା ଘରେ ପାଠ ପଢୁଛନ୍ତି ପିଲା ।

ତୁରନ୍ତ ନୂତନ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ରୋଷେଇ ଘରର ଅବସ୍ଥା ନ କହିବା ଭଲ । କାହିଁକି ବିଜେଡିର କର୍ମୀମାନେ ଫଳକ ମାରି ଆରମ୍ଭ କଲେନି ସ୍କୁଲ ନିର୍ମାଣ କାର୍ୟ୍ୟ ତାହା ବଡ ପ୍ରଶ୍ନ । ପୂର୍ବରୁ ଥିବା ବିଜେଡି ସରକାର ଅବହେଳା ପାଇଁ ଆଜି ଏହି ସ୍କୁଲର ଅବସ୍ଥା ଏହିଭଳି । ଏହି ସ୍କୁଲକୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଭୟ ଓ ଆଶଙ୍କାରେ । ଏ ସମ୍ପର୍କରେ କୋରେଇ ବିଡିଓଙ୍କ ସହିତ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ବିଜେଡି ପ୍ରୀତି ପାଇଁ ଏହା ଉପରେ ମୁହଁ ଖୋଲିଲେ ନାହିଁ କୋରେଇ ବିଡିଓ ଅଶୋକ କୁମାର ମାଝୀ । ନୂତନ ବିଜେପି ସରକାର ତୁରନ୍ତ ଏହି ସ୍କୁଲ ଉପରେ ଦୃଷ୍ଟି ଦେଇ ଘର କାର୍ୟ୍ୟ ନିର୍ମାଣ କରିବାର ଆବଶ୍ୟକ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ