Masthead

ମନମୋହୁଛି ଫିଲ୍ମ ‘କୋଇ ଜାନେ ନା’ ର ଗୀତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ସୁପରଷ୍ଟାର ଆମିର ଖାନଙ୍କ ନୂଆ ଗୀତର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆମିର ଖାନ୍ ଓ ଏଲି ଅବ୍ରାମ ଦୁହେଁ ଫିଲ୍ମ ‘କୋଇ ଜାନେ ନା’ ରେ ଏକ ସ୍ପେଶାଲ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସେ କେବଳ ଜଣେ କଳାକାର ନୁହଁନ୍ତି, ସେ ଜଣେ ପ୍ରଡ୍ୟୁସର, ଡାଇରେକ୍ଟର ସୁପରଷ୍ଟାର ମଧ୍ୟ ।

ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଛି । ଅଲ୍ଲୀ ଅବ୍ରାହମ ଏହି ଗୀତର ଫାଷ୍ଟ ଲୁକ ସେୟାର କରି କ୍ୟାପସନରେ ଲେଖିଛନ୍ତି –ସେ ସବୁ କାମରେ ପାରଙ୍ଗମ ଓ ଏଇ ନୃତ୍ୟ ମଞ୍ଚର ରାଣୀ। ଅଲ୍ଲୀ ପୂର୍ବରୁ ବିଗବସର ପ୍ରତିଯୋଗି ମଧ୍ୟ ରହିସାରିଛନ୍ତି । ଆମିର ଖାନ୍ ନିଜ ଅପକମିଂ ଫିଲ୍ମରେ ନିଜ ଲୁକ ନିଜେ ଡିଜାଇନ୍ କରିଛନ୍ତି । ଏହି ଗୀତର ସୁଟିଂ ବେଳେ ସେ ବୋହୁତ ମସ୍ତି ଭରା ମୁଡରେ ନଜର ଆସିଛନ୍ତି । ଏହି ଫିଲ୍ମ ପାଇଁ ଆମିର ଲାଲ ସିଂ ତଡ୍ଡାର ସିଡ୍ୟୁଲରୁ ବ୍ରେକ ନେଇ ଜୟପୁର ଯାଇଥିଲେ । ଆମିର ଖାନ୍ ଙ୍କ ଲାଲ ସିଂ ଚଡ୍ଡା ଏର୍ଷର ବହୁ ପ୍ରତୀକ୍ଷିତ ପିଲ୍ମ ଅଟେ । ଏହି ଫିଲ୍ମ ପାଇଁ ଆମିର ବହୁତ ପରିଶ୍ରମ କରିଛନ୍ତି, ଏହି ଫିଲ୍ମରେ ସେ କରିନା କପୁରଙ୍କ ସହ ନଜର ଆସିବେ । ଏହି ଫିଲ୍ମକୁ ଗତବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାର ଥିଲା ହେଲେ କୋଭିଡ ପାଇଁ ରିଲିଜ ଡେଟ କୁ ଡିଲେ କରା ଯାଇଥିଲା। ଏହା ପୂର୍ବରୁ ଆମିର ଖାନଙ୍କୁ ୨୦୧୮ରେ ଠଗ୍ସ ଅଫ ହିନ୍ଦୁସ୍ତାନ ଫିଲ୍ମରେ ଦେଖିବାକୁ ମିଳିଥିଲା । ଆମିରଙ୍କ ଆଗାମି ଚଳଚିତ୍ର କୋଇ ଜାନେ ନା ଫିଲ୍ମ ଆମିନ ହାଜଗିଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅଟେ। ଏହି ଫିଲ୍ମରେ ରିଲିଜି ହୋଇଥିବା ଗୀତକୁ ତାଙ୍କ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି