Masthead

୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ 

କୁଚିଣ୍ଡା (ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଚିଣ୍ଡା ଗସ୍ତ ଅବସରରେ ଅନ୍ୟ ଜିଲ୍ଲାରୁ ଆସିଥିବା ଶାସକ ବିଜୁ ଜନତା ଦଳର ଗୁଣ୍ଡରାଜ ବିରୁଦ୍ଧରେ ବିଜେପି କୁଚିଣ୍ଡା ପକ୍ଷରୁ ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି ।  ଗରିବ,  ସରଳ, ନିରୀହ, ଆଦିବାସୀ ବହୁଳ ଶାନ୍ତିପ୍ରିୟ କୁଚିଣ୍ଡା ଅଞ୍ଚଳରେ ଆଜି ଶାସକ ବିଜୁ ଜନତା ଦଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଯେଭଳି ହିଂସାକାଣ୍ଡ ଘଟାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଅଗଣତାନ୍ତ୍ରିକ ।

ଏହି ବନ୍ଦ ଡାକରାଟି ସମ୍ପୂର୍ଣ୍ଣ କୁଚିଣ୍ଡା ଉପଖଣ୍ଡ ପାଇଁ ରଖା ଯାଇଛି । କୁଚିଣ୍ଡା ମାଟିର ମାନ, ସମ୍ମାନ ଓ ସ୍ୱାଭିମାନର ଏହି ଲଢେଇରେ ସମସ୍ତ କୁଚିଣ୍ଡାବାସୀ ସାମିଲ ହୋଇ ଏହି ବନ୍ଦ ଡାକରାକୁ ସମର୍ଥନ କରନ୍ତୁ ବୋଲି ପୂର୍ବତନ କୁଚିଣ୍ଡା ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ ସମସ୍ତଙ୍କୁ ସଂଗ୍ରାମୀ ଆହ୍ୱାନ ଓ ବିନୀତ ଅନୁରୋଧ କରିଛନ୍ତି । ଏହି ବନ୍ଦ ଡାକରାରୁ ଆମ୍ବୁଲାନ୍ସ ସେବା ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାର ଜରୁରୀକାଳୀନ ସେବା ବାଦ ରହିବ ବୋଲି ବିଜେପି କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମକୁ ସୂଚନା ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ