Masthead

ଡାକ୍ତର ଅଭାବ, ରୋଗୀ ସେବା ଠପ୍

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ):  ବଲାଙ୍ଗୀର ଜିଲାର ସୀମାନ୍ତ ସିନ୍ଧେକେଲା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ଠପ୍ । ବିଶେଷଜ୍ଞ ଡାକ୍ତର ଶୂନ୍ୟ ପଡିଥିବାବେଳେ ଡାକ୍ତର ନିଯୁକ୍ତି ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି । ବଲାଙ୍ଗୀର ଜିଲାର ସୀମାନ୍ତରେ ଥିବା ବଙ୍ଗୋମୁଣ୍ଡା ବ୍ଳକ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା ବ୍ଲକ ତଥା ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।

ପ୍ରତିଦିନ ୧୫୦ ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି ।ଏହି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନଥିବା ବେଳେ ଜଣେ ଡାକ୍ତର ଏବଂ ୨ ଜଣ ଠିକା ଡାକ୍ତରଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର । ଡାକ୍ତର ଅଭାବ ଯୋଗୁଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ନପାରି ପ୍ରାଇଭେଟ କ୍ଲିନିକରେ ଚିକିତ୍ସିତ ହୋଇ ଅଞ୍ଚଳ ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି । ଗତ ଏକ ମାସ ହେବ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ବିଶେଷଜ୍ଞଙ୍କ ବଦଳି ପରେ ଗର୍ଭବତୀ ମହିଳା ଆବଶ୍ୟକ ଚିକିତ୍ସା ପାଇପାରୁନାହାନ୍ତି । ମାସକୁ ୧୫୦ରୁ ଅଧିକ ପ୍ରସୂତୀ ହେଉଥିବା ବେଳେ ପ୍ରସୂତୀ ବିଶେଷଜ୍ଞଙ୍କ ବଦଳି ପରେ ହନ୍ତସନ୍ତ ହେଉଛନ୍ତି । ପ୍ରସୂତୀଙ୍କୁ ୩୦ କିମି ଦୂର ଟିଟିଲାଗଡ ଏବଂ ୧୦୦ କିମି ଦୂର ବଲାଙ୍ଗିର କୁ ସ୍ଥାନାନ୍ତରିତ କରାଯାଉଥିବା ଜଣାପଡିଛି।

ଏକ ମାସ ପୂର୍ବରୁ ପ୍ରସୂତୀ ଵିଶେଷଜ୍ଞଙ୍କ ବଦଳି ହୋଇଥିବାବେଳେ ଏବେ ଆଉ ଜଣେ ଡ଼ାକ୍ତରଙ୍କ ବଦଳି ଆଦେଶ ହୋଇଛି । ଡାକ୍ତର ଅଭାବକୁ ସ୍ୱୀକାର କରିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ବିଶ୍ୱରଂଜନ ଖୁଣ୍ଟିଆ । ରାଜ୍ୟ ସରକାର ୫ଟିର କଥା କହି ଡିଣ୍ଡିମ ପିଟୁଥିବାବେଳେ ଭଗବାନ ଭରସାରେ ଚାଲିଛି ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ତୁରନ୍ତ ଆବଶ୍ୟକ ଡାକ୍ତର ପୂରଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି । ବଲାଙ୍ଗୀର ଜିଲାର ସର୍ବାଧିକ ରୋଗୀ ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଡାକ୍ତର ସମସ୍ୟା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ତୁରନ୍ତ ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି