Masthead

ମହାମେଣ୍ଟ ଭାଙ୍ଗିବା ପରେ ପ୍ରଥମ ଥର ମୁହଁ ଖୋଲିଲେ ଲାଲୁ

ପାଟନା(ବଡ଼ ଖବର ବ୍ୟୁରୋ): ବିହାରରେ ପାଖେଇ ଆସୁଛି ଉପ-ନିର୍ବାଚନ । ଏନେଇ ଛୋଟ ଠାରୁ ଆରମ୍ଭ କରି ବଡ଼ ଦଳ ସମସ୍ତେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏପରିକି ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରି ସାରିଲେଣି । ହେଲେ ଏହା ମଧ୍ୟରେ କଂଗ୍ରେସ ଓ ଆରଜେଡି ଅର୍ଥାତ ଲାଲୁ ଯାଦବଙ୍କ ଦଳ ମଧ୍ୟରେ ହୋଇଥିବା ମେଣ୍ଟ ଭାଙ୍ଗିବାର କଥା ସାମ୍ନାକୁ ଆସିଥିଲା । ଏହା ପରେ ପୁଣି ବିହାର ସମେତ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ଇତି ମଧ୍ୟରେ ଲାଲୁ ଏନେଇ ପ୍ରଥମଥର କରି ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ବିହାରରେ କଂଗ୍ରେସର ମହାମେଣ୍ଟ କଣ ?

ଆମେ ସବୁ କିଛି କଂଗ୍ରେସକୁ ଛାଡ଼ିଦେଇଥାନ୍ତୁ କି ? ସେପଟେ ବିହାରର ଦୁଇଟି ବିଧାନସଭା ଆସନରେ ଉପ-ନିର୍ବାଚନ ମତଦାନ ଅନୁଷ୍ଠିତ ହେବ । ତେଣୁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଲାଲୁ ଯାଦବ ବିହାର ଯାଉଥିବାର ସୂଚନା ମିଳିଛି । ବିହାର ପହଞ୍ଚିବା ପରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ତାରପୁରରେ ଆରଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିବେ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ