Before Header

ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ପ୍ରବାସୀ ଭାରତୀୟ

0 21

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ସକାଳୁ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡୋନେସିଆର ଜାକର୍ତ୍ତା ବିମାନ ବନ୍ଦରରେ ରେ ପହଞ୍ଚିବା ପରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଇଣ୍ଡୋନେସିଆ ଦ୍ୱାରା ଆୟୋଜିତ ହେଉଥିବା ୨୦ତମ ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ।

ଜାକର୍ତ୍ତା ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରବାସୀଭାରତୀୟମାନେ ମଧ୍ୟ ମୋଦିଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କ ସହ ହାତ ମିଳାଉଥିବା ଦେଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଏସିଆନ ସହ ଭାରତର ସମ୍ପର୍କ ‘ଆକ୍ଟ ଇଷ୍ଟ’ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଭାରତ ଓ ଏସିଆନ ମଧ୍ୟରେ ଦ୍ରୁତ ଗତିରେ ସହଯୋଗ ବଢିଛି । ‘ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର ଆମର ମନ୍ତ୍ର’ । ପ୍ରଗତି ପାଇଁ ନୂତନ ସଂକଳ୍ପ ନେବା ଦରକାର । ଇଣ୍ଡୋନେସିଆରେ ପହଞ୍ଚିଛନ୍ତି ମୋଦି । ଦେଶର ରାଜଧାନୀ ଜାକାର୍ତ୍ତାରେ ଅନୁଷ୍ଠିତ ଏସିଆନ-ଇଣ୍ଡିଆ ସମ୍ମିଟ ୨୦୨୨୩ରେ ଗୁରୁବାର ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସିଆ ମହାଦେଶର ଅନ୍ୟ ଦେଶମାନଙ୍କ ସହ ଭବିଷ୍ୟତର ଆଗାମୀ ବ୍ୟବସାୟକୁ କିପରି ଆଗକୁ ବଢାଯାଇପାରିବ ସେ ନେଇ ଆଲୋଚନା କରିଛନ୍ତି ମୋଦି । ଅନ୍ୟ ବିଶ୍ୱନେତାମାନଙ୍କ ସହ ଆଲୋଚନା କରି କିପରି ଭାରତ ସହ ଭାଗିଦାରୀ କରି ବିଶ୍ୱର ଅଭିବୃଦ୍ଧି କରାଯାଇପାରିବ ସେ ନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ଜାକାର୍ତ୍ତା ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୋଦି କହିଛନ୍ତି ଯେ ଗତ ବର୍ଷ ଆମେ ଭାରତ-ଏସିଆର ବନ୍ଧୁତା ଦିବସ ପାଳନ କରିଥିଲୁ । ଏବଂ ଏହାକୁ ବ୍ୟାପକ ରଣନୀତିକ ଭାଗିଦାରୀ ରୂପେ ପରିଚୟ ଦେଇଥିଲୁ । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଆମର ଇତିହାସ ଏବଂ ଭୂଗୋଳ ଭାରତ ତଥା ସମଗ୍ର ଏସିଆକୁ ଏକାଠି କରିବ । ଏହା ସହିତ ଆମର ମୂଲ୍ୟବୋଧ, ଆଂଚଳିକ ସମନ୍ୱୟ, ଶାନ୍ତିରେ ବିଶ୍ୱାସ ଆମମାନଙ୍କୁ ଏକାଠି କରିଥାଏ । ଇଣ୍ଡିଆର ଆକ୍ଟ ଇଷ୍ଟ ପଲିସିର କେନ୍ଦ୍ର ହେଉଛି ଏସିଆନ । ଏପରି କହି ବୈଠକରେ ପ୍ରତିକି୍ରୟା ଦେଇଛନ୍ତି ନରେନ୍ଦ୍ର ମୋଦି । ତେବେ ଆଗକୁ ଭାରତରେ ହେବାକୁ ଅଛି ଜି-୨୦ ସମ୍ମିଳନୀ । ଏହା ପୂର୍ବରୁ ମୋଦି ଇଣ୍ଡୋନେସିଆରେ ଏସିଆନ-ଇଣ୍ଡିଆ ସମ୍ମିଟରେ ଯୋଗ ଦେଇଛନ୍ତି । ଯାହା ଏସିଆ ମହାଦେଶର ଅନ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.