Masthead

ମାଟି ଅତଡ଼ା ଖସିବା ଘଟଣା, ମୃତ୍ୟୁସଂଖ୍ୟା ୨ ଛୁଇଁଲା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଡଙ୍କାରି କଳା ପଥର ଖଣିରେ ବୁଧବାର ଘଟିଥିବା ଅତଡ଼ା ଖସିବା ଘଟଣାରେ ଆଉ ଗୋଟିଏ ମୃତ ଦେହ ଉଦ୍ଧାର ହୋଇଛି। ଘଟଣା ତୃତୀୟ ଦିନରେ ପହଞ୍ଚିଥିବା ବେଳେ ମୃତ୍ୟସଂଖ୍ୟା ୨ରେ ପହଞ୍ଚିଛି। ଏହି ସଂଖ୍ୟା ଆହୁରି ବଢ଼ିବାକୁ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୪ଟି ମେସିନ୍ ପଥର ଅତଡ଼ାକୁ ଖାଲି କରିବାକୁ ନିୟୋଜିତ ହୋଇଛି। ପ୍ରଥମ ଉଦ୍ଧାର ହୋଇଥିବା ମୃତଦେହ ଉମରକୋଟ ପୂଜାରିଗୁଡ଼ାର ଜଗବନ୍ଧୁ ମାଝୀ ବୋଲି ପରିବାର ପକ୍ଷରୁ ଚିହ୍ନଟ ହୋଇଛି।

ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପଥର ତଳେ ଚାପି ହୋଇ ରହିଥିବା ଭାଲଭୋ ମେସିନ ଚାଳକର ମୃତ ଶରୀରକୁ ଉଦ୍ଧାର କରିଛି ଏନ୍ ଡି ଆର ଏଫ୍ ଟିମ୍ । ହିଟାଚି ମେସିନରର ଚାଳକ ସିକାକୁଲମ ଜିଲା ଇଚ୍ଛାପୁର ତୁଳସୀ ଗ୍ରାମର ଏନ୍ ଉମାପଥି ବୋଲି ଜଣା ପଡିଛି। ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବା ସନ୍ଦେହ କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ