Before Header

ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଶେଷ ଦିନ

0 1,501

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ତୃତୀୟ ଦିନ । ଆଜି ସକାଳ ୮ଟାରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି । ପ୍ରାୟ ଦୁଇ କିଲୋମିଟର ଯିବା ପରେ ବେହେରାମାଳ କିଷାନ ଛକରେ ଯାତ୍ରା ଶେଷ ହେବ । କିଷାନ ଛକରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ । ତେବେ ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । କହିଛନ୍ତି ଯେ ଉଭୟଙ୍କ ଭିତରେ ଭିତିରି ସହଭାଗିତା ରହିଛି । ଓଡ଼ିଶାରେ ଡିପି ସରକାର ଚାଲିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ଜୟରାମ ରମେଶ ।

Leave A Reply

Your email address will not be published.