Masthead

ଟାଇ ହେଲା ଭାରତ-ବାଂଲାଦେଶ ଶେଷ ମ୍ୟାଚ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଢାକାର ସେର୍‌-ଇ-ବାଂଲା‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ବାଂଲାଦେଶ ମଧ୍ୟରେ ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ତିନି ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଶେଷ ହୋଇଛି। ଫଳରେ ଟ୍ରଫିକୁ ଉଭୟ ଦଳ ମଧ୍ୟରେ ବାଣ୍ଟିବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଦଳ ୨୨୫/୪ କରିଥିଲା । ଜବବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ମ୍ୟାଚ ଟାଇରେ ଶେଷ ହୋଇଥିଲା। ଏହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଶେ‌ଷ ହେବାରୁ ଉଭୟ ଦଳ ଟ୍ରଫି ବାଣ୍ଟିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଶେଷ ଚାରିଟି ବଲରେ ଭାରତକୁ ଜିତିବା ପାଇଁ ଗୋଟିଏ ରନ ଆବଶ୍ୟକ ଥିଲା। କିନ୍ତୁ ମେଘନା ସିଂ ୱିକେଟ କିପରଙ୍କୁ କ୍ୟାଚ ଦେଇଥିଲେ ଏବଂ ଟିମ ଇଣ୍ଡିଆ ମ୍ୟାଚ ଜିତି ପାରି ନ ଥିଲା।

ଏହା ସହ ଭାରତ ମଧ୍ୟ ସିରିଜ ଜିତିବାର ସୁଯୋଗ ହରାଇଥିଲା। ବର୍ଷା ଯୋଗୁ ସମୟ ଶେଷ ହୋଇଯାଇଥିଲା। ଅଫିସିଆଲ ଟାଇମ ଆଉଟ ଯୋଗୁଁ ସୁପର ଓଭର ହୋଇପାରି ନ ଥିଲା। ହର୍ଲିନ ଦେଓଲ ମ୍ୟାଚ୍‌ ଏବଂ ଫର୍ଗାନା ହକ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରବିବାର ଓପନର୍‌ ଫର୍ଗାନା ହକ୍‌ ନିଜର ପ୍ରଥମ ଶତକ ଅର୍ଜନ କରିବା ସହ ବାଂଲାଦେଶର ମଙ୍ଗ ସମ୍ଭାଳିଥିଲେ। ଫର୍ଗାନା ଓ ଶମିମା ସୁଲତାନ ୯୨ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ଫର୍ଗାନା ଅଧିନାୟିକା ନିଗାର ସୁଲତାନା ଓ ସୋଭନା ମୋସ୍ତାରିଙ୍କ ସହ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳକୁ ୨୨୫/୪ ରନ୍‌ରେ ପହଞ୍ଚାଇଥିଲେ। ଏକଦା ଶେଷ ୫ ଓଭରରେ ଭାରତକୁ ୧୪ ରନ୍‌ ଆବଶ୍ୟକ ଥିଲା । କିନ୍ତୁ ବାଂଲାଦେଶୀ ବୋଲର ୪.୩ ଓଭରରେ ୧୩ ରନ୍‌ରେ ଭାରତର ଶେଷ ୪ଟି ୱିକେଟ୍‌ ଝାଡ଼ି ମ୍ୟାଚ୍‌ ଟାଇ କରିଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ