Masthead

ରାଜ୍ୟରେ ଲ-ଲେସନେସ ବଢିଛି: ସମୀର ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଗତ କିଛି ମାସ ଧରି ରାଜ୍ୟବାସୀଙ୍କ ସୁରକ୍ଷା ପ୍ରଶ୍ନବାଚୀ ହୋଇଛି । ରାଜ୍ୟରେ ଲ-ଲେସନେସ ବଢିଛି । ରାମ ନବମୀ ଓ ହନୁମାନ ଜୟନ୍ତୀରେ ହିଂସା ହେବା ଆଉ ଏଥିପାଇଁ ଆୟୋଜନକାରୀଙ୍କୁ ଦାୟୀ କରାଯିବା ଏହା କ’ଣ ଦର୍ଶାଉଛି ବୋଲି କହିଛନ୍ତି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ମନ୍ତ୍ରୀ ପ୍ରତାପ ଦେବଙ୍କର ଗତକାଲି ଯେଉଁ ଭାଷା ସ୍ପଷ୍ଟ କରୁଛି ଦଙ୍ଗାକାରୀକୁ ସୁରକ୍ଷା ଦେଉଛନ୍ତି ସରକାର ।

ପୋଲିସ ଏତଲାରେ ଯାହା ଲେଖିଛି ଆମେ ସେଇ କଥା କହୁଛୁ । ତେବେ କାହିଁକି ସେମାନଙ୍କୁ ଗିରଫ ନ କରି ବସିଛ? କିଏ ଚାପ ସୃଷ୍ଟି କରୁଛି ତାଙ୍କୁ ଗିରଫ ନ କରିବା ପାଇଁ ? ଗୁଡୁ ମୁସଲିମ ଶ୍ରୀକ୍ଷେତ୍ର ପୁରୀକୁ ଅପବିତ୍ର କରି ବରଗଡ଼ ଗଲା । ଆଉ ସେଠି ଯାହା ସହ ମିଶିଲେ ସେ କାହା ବନ୍ଧୁ । ସୁଶାନ୍ତ ସିଂ ବନ୍ଧୁ ସେ ନୁହଁନ୍ତି କି । ବିଜୁ ଜନତା ଦଳ ସବୁବେଳେ ହିନ୍ଦୁ ବିରୋଧୀ ମାନସିକତା ପ୍ରତି ପୋଷଣ କରିଛି । ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଯୋଜନା କରିଥିଲେ ।

ରତ୍ନ ଭଣ୍ଡାର ଲୁଟିବା ଆଉ ଚାବି ହଜିବା କହିବା, ରତ୍ନ ଭଣ୍ଡାର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନନେବା, ରଘୁବର ଦାସଙ୍କ କମିଶନ ରିପୋର୍ଟ ସାର୍ବଜନୀନ ନହେବା, ଗୋଟେ ଘରୋଇ କମ୍ପାନୀକୁ ଜଗନ୍ନାଥଙ୍କ ଜମି ଦେବା ପାଇଁ ମସୁଧା କରି ସୁପ୍ରିମକୋର୍ଟରୁ ଭର୍ସନା ଶୁଣିବା, ଜଗନ୍ନାଥଙ୍କ ପ୍ରତି ଏପରି ପ୍ରତି ପୋଷଣ ସରକାରଙ୍କ ହିନ୍ଦୁ ବିରୋଧୀ ମାନସିକତା । ଲକ୍ଷ୍ମଣ ନନ୍ଦ ସରସ୍ୱତୀଙ୍କ ହତ୍ୟାର ରିପୋର୍ଟ ନଆସିବା କଣ ସରକାରଙ୍କ ହିନ୍ଦୁ ବିରୋଧୀ ମନୋଭାବ ନୁହେଁ କି ? ରାଜ୍ୟ ସରକାର ଉଚ୍ଚାରଣ ଓ ଆଚରଣରେ ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି