Masthead

ଉପଜିଲ୍ଲାପାଳଙ୍କ ବିରୋଧରେ ଓକିଲଙ୍କ ମେଳି

ଉଦଳା (ବଡ଼ ଖବର ବ୍ୟୁରୋ): କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ତାଙ୍କ କୋର୍ଟର ସରକାରୀ ଓକିଲଙ୍କୁ ଗିରଫ ଦାବିରେ ଆଜି ଉଦଳା ଓକିଲଙ୍କ ପକ୍ଷରୁ କୋର୍ଟ, କଚେରୀ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ନିଜସ୍ୱ କୋର୍ଟରେ କୌଣସି କେଶର ଶୁଣାଣୀ ହୋଇ ନ ଥିବାବେଳେ ସେ ନେଇ ଲକ୍ଷ ଲକ୍ଷ ଟଙ୍କା ଉପଜିଲ୍ଲାପାଳ ଚଳୁ କରିଥିବାର ଅଭିଯୋଗ କରିଛନ୍ତି ଓକିଲ ।

ଯାହାକୁ ନେଇ ଉଦଳା କୋର୍ଟରେ ଏତଲା ଦିଆଯିବା ପରେ ଏହି ଘଟଣାରେ ଉପଜିଲ୍ଲାପାଳ ଏବଂ ସରକାରୀ ଓକିଲଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା । ଏହା ସହିତ ସେମାନଙ୍କ ବିରୁଦ୍ଧରେ ସାଂଘାତିକ ଦଫା ମଧ୍ୟ ଲାଗିଛି । ହେଲେ ଉପଜିଲ୍ଲାପାଳ ଭଗବାନ ବେହେରା ଏବଂ ଓକିଲ ପ୍ରତିମା ସାହୁଙ୍କ ବିରୁଦ୍ଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଦୁଇ ଜଣଙ୍କ ନାମରେ ଥାନାରେ ମାମଲା ହୋଇଥିଲେ ସୁଦ୍ଧା ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଯାହାକୁ ଆଧାର କରି ଆଜି ଉଦଳା ଓକିଲଙ୍କ ପକ୍ଷରୁ ଉଦଳା କୋର୍ଟ ବନ୍ଦ କରାଯିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କଚେରୀ ଆଦି ବନ୍ଦ ରହିଛି । ତେବେ ଓକିଲଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଏବଂ ପରେ ରାଜ୍ୟସ୍ତରରେ ଆନ୍ଦୋଳନକୁ ଓକିଲ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା