Masthead

ପାଟଣାଗଡ଼ ମର୍ଡର ମିଷ୍ଟ୍ରି: ଅଜ୍ଞାତବାସରେ ସନ୍ଦିଗ୍ଧଙ୍କୁ ଜେରା

ବଲାଙ୍ଗିର/ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗଣହତ୍ୟା ଘଟଣା ଉପରୁ ଏଯାଏ ପରଦା ଉଠିନି । ଘଟଣାର ଗୁମର ଖୋଲିବା ଲାଗି ପୋଲିସ ତନାଘନା ଚଳାଇଛି। ଅଜ୍ଞାତବାସରେ ସନ୍ଦିଗ୍ଧକୁ ଘନ ଘନ ଜେରା ଚଳାଇଛି ପୋଲିସ । ଗତକାଲି ୫/୬ ସନ୍ଦିଗ୍ଧକୁ ଜିଲ୍ଲା ବାହାରୁ ଉଠାଇ ଆଣି ବଲାଙ୍ଗିରର ଏକ ଅଜ୍ଞାତବାସରେ ରଖି ଜେରା କରାଯାଇଥିଲା । ରବିବାର ପାଟଣାଗଡ଼ ଥାନାରେ ଅଟକ ଥିବା ୬ ମଧ୍ୟରୁ ୩ ଜଣ ଭୋଳା ଜାନି, ଶିବା ଜାନି ଓ ପୂର୍ଣକୁ ବଲାଙ୍ଗିର ଅଣାଯାଇଥିବା ଜଣାପଡିଛି । ସମସ୍ତଙ୍କୁ ଗୋଟିଏ ଜାଗାରେ ସାମ୍ନାସାମ୍ନୀ ଜେରା କରି ମର୍ଡର ପ୍ଲଟର ତଥ୍ୟ ସଂଗ୍ରହ କରୁଛି । ଏଯାଏ ହତ୍ୟାର କାରଣ ଜଣା ପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସେପଟେ ପାଟଣାଗଡ଼ ଥାନାରେ ବାବୁଲା ଜାନି, ସନ୍ଧି ବଜରଙ୍ଗ ଜାନି ଓ ଭୋଳା, ଶିବାର ଭିଣୋଇ ସୁରେଶ ଜାନିକୁ ଅଟକ ରଖାଯାଇଛି। ତେବେ ଏହି ଘଟଣାରେ ଆହୁରି ୨/୩ ଜଣ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଛି। ଗତ ୧୧ ତାରିଖରେ ପାଟଣାଗଡ଼ ସଅଁରାପଡ଼ାରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ