ପାଟଣାଗଡ଼ ମର୍ଡର ମିଷ୍ଟ୍ରି: ଅଜ୍ଞାତବାସରେ ସନ୍ଦିଗ୍ଧଙ୍କୁ ଜେରା

ବଲାଙ୍ଗିର/ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗଣହତ୍ୟା ଘଟଣା ଉପରୁ ଏଯାଏ ପରଦା ଉଠିନି । ଘଟଣାର ଗୁମର ଖୋଲିବା ଲାଗି ପୋଲିସ ତନାଘନା ଚଳାଇଛି। ଅଜ୍ଞାତବାସରେ ସନ୍ଦିଗ୍ଧକୁ ଘନ ଘନ ଜେରା ଚଳାଇଛି ପୋଲିସ । ଗତକାଲି ୫/୬ ସନ୍ଦିଗ୍ଧକୁ ଜିଲ୍ଲା ବାହାରୁ ଉଠାଇ ଆଣି ବଲାଙ୍ଗିରର ଏକ ଅଜ୍ଞାତବାସରେ ରଖି ଜେରା କରାଯାଇଥିଲା । ରବିବାର ପାଟଣାଗଡ଼ ଥାନାରେ ଅଟକ ଥିବା ୬ ମଧ୍ୟରୁ ୩ ଜଣ ଭୋଳା ଜାନି, ଶିବା ଜାନି ଓ ପୂର୍ଣକୁ ବଲାଙ୍ଗିର ଅଣାଯାଇଥିବା ଜଣାପଡିଛି । ସମସ୍ତଙ୍କୁ ଗୋଟିଏ ଜାଗାରେ ସାମ୍ନାସାମ୍ନୀ ଜେରା କରି ମର୍ଡର ପ୍ଲଟର ତଥ୍ୟ ସଂଗ୍ରହ କରୁଛି । ଏଯାଏ ହତ୍ୟାର କାରଣ ଜଣା ପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସେପଟେ ପାଟଣାଗଡ଼ ଥାନାରେ ବାବୁଲା ଜାନି, ସନ୍ଧି ବଜରଙ୍ଗ ଜାନି ଓ ଭୋଳା, ଶିବାର ଭିଣୋଇ ସୁରେଶ ଜାନିକୁ ଅଟକ ରଖାଯାଇଛି। ତେବେ ଏହି ଘଟଣାରେ ଆହୁରି ୨/୩ ଜଣ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଛି। ଗତ ୧୧ ତାରିଖରେ ପାଟଣାଗଡ଼ ସଅଁରାପଡ଼ାରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!