Masthead

ଲକ୍ଷ୍ମୀପତି ବାଲାଜୀ, ଯାହାର ବଲକୁ ଡରୁଥିଲା ପାକିସ୍ତାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀପତି ବାଲାଜୀ, ଇଣ୍ଡିଆ ଟିମର ଫାଷ୍ଟ ବୋଲର । ଯାହାଙ୍କ ଲାଇନ ଲେନ୍ଥରେ ବିରୋଧୀ ହେଉଥିଲେ ଧରାଶାୟୀ । ଟିମ ଇଣ୍ଡିଆକୁ ବିଜୟୀ କରିବାର ଗୋଟେ ସମୟରେ ଥିଲେ ସୂତ୍ରଧର । ତାଙ୍କ ସମୟର ଯେକୌଣସି ବ୍ୟାଟର ମଇଦାନକୁ ଆସିଲେ ଲକ୍ଷ୍ମୀପତି ବାଲାଜୀଙ୍କ ବୋଲିଂକୁ ସମ୍ମାନ ଦେଉଥିଲେ । ସେହି ଲକ୍ଷ୍ମୀପତି ବାଲାଜୀ ଏବେ କ୍ରିକେଟ ପଡିଆଠାରୁ ବହୁ ଦୂରରେ । କୌଣସି ମଇଦାନରେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ୪୨ ବର୍ଷ ବୟସରେ ଏବେ ନିଜ ପରିବାର ସହ କାଟୁଛନ୍ତି ଜୀବନ । ଠିକ ଏତିକି ବେଳେ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଆସିଛି । ପତ୍ନୀ ପ୍ରିୟା ଥାଲୁର ଏବଂ ପୁଅଙ୍କ ସହ ନଜରରେ ଆସିଛନ୍ତି ।

ବାଲାଜୀଙ୍କ ଏହି ଫଟୋକୁ ନେଇ ତାଙ୍କ ପ୍ରଶଂସକ ଭାବବିହ୍ୱଳ ହୋଇଛନ୍ତି । କିଛି ପ୍ରଶଂସକ ବାଲାଜୀଙ୍କୁ ପସନ୍ଦ ମଧ୍ୟ କରୁଛନ୍ତି । ୨୦୧୬ ନଭେମ୍ବରରେ କ୍ରିକେଟକୁ ଅଲବିଦା କହିଥିବା ଲକ୍ଷ୍ମୀପତି ବାଲାଜୀ ତାମିଲନାଡୁ କ୍ରିକେଟ ଟିମରୁ କ୍ୟାରିଅର ଆରମ୍ଭ କରିଥିଲେ । ୮ ଅକ୍ଟୋବର ୨୦୦୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଥିଲେ ଟେଷ୍ଟ ଡେବୁ୍ୟ । ୧୮ ନଭେମ୍ବର ୨୦୦୨ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ଡେବୁ୍ୟ କରିଥିଲେ । ସେହିପରି ୧୧ ସେପ୍ଟେମ୍ବର ୨୦୧୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ରେ କରିଥିଲେ ପଦାର୍ପଣ ।

୨ ଅକ୍ଟୋବର ୨୦୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ଶେଷ ଟି-୨୦ । ଏହି ଡାହାଣ ହାତୀ ବୋଲର ଟେଷ୍ଟରେ ୮ଟି ମ୍ୟାଚ ଖେଳି ୨୭ଟି ୱିକେଟ ନେଇଥିବା ବେଳେ ଦିନିକିଆରେ ୩୦ଟି ମ୍ୟାଚରୁ ତାଙ୍କ ଖାତାକୁ ଯାଇଥିଲା ୩୪ ୱିକେଟ । ଆଇପିଏଲରେ ମଧ୍ୟ ବେଶ ପ୍ରଭାବ ପକାଇଥିଲେ ଲକ୍ଷ୍ମୀପତି ବାଲାଜି । ୨୦୦୮ ରୁ ୨୦୧୦ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ସାମିଲ ହୋଇଥିବା ବେଳେ ୨୦୧୧ରୁ ୨୦୧୩ କଲିକତା ନାଇଟ ରାଇଡର୍ସ ତରଫରୁ ଖେଳିଥିଲେ । ୨୦୧୪ରେ କିଙ୍ଗସ ୧୧ ପଞ୍ଜାବରୁ ଖେଳୁଥିଲେ ଆଇପିଏଲ ମ୍ୟାଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି