ଝାରସୁଗୁଡ଼ାରେ ବିଜେପିକୁ ଝଟକା, ଶଙ୍ଖ ଧରିଲେ ଜିଲ୍ଲା ସଭାପତି

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ବିଜେପିକୁ ବଡ ଝଟକା। ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ବିଜେପିକୁ ବଡ଼ ଝଟକା । ବିଜେପି ଷ୍ଟାର ପ୍ରଚାରକ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ରାତାରାତି ବଦଳାଇଲେ ନିଷ୍ପତ୍ତି । ଫୁଲ ଛାଡି ଏବେ ଧରିଛନ୍ତି ଶଙ୍ଖ । ଆଜି ଭୁବନେଶ୍ୱରର ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଙ୍ଗଲ ସାହୁଙ୍କୁ ସ୍ୱାଗତ କରିଛନ୍ତି । ପରେ ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ମାନସ ମଙ୍ଗରାଜ, ଗୌତମବୁଦ୍ଧ ଦାସ, ମୌସମ ମିଶ୍ର ମଧ୍ୟ ମଙ୍ଗଲ ସାହୁଙ୍କ ସହ ନବୀନ ନିବାସ ଯାଇଥିଲେ ।

ଉପ ନିର୍ବାଚନ ପୂର୍ବରୁ ମଙ୍ଗଳଙ୍କ ଯୋଗଦାନ ପରେ ଝାରସୁଗୁଡାରେ ବିଜେଡିର ଶକ୍ତି ଆହୁରି ବୃଦ୍ଧି ପାଇଛି । ମଙ୍ଗଳ ୨୫ ବର୍ଷ ଧରି ବିଜେପିରେ କାମ କରୁଥିଲେ। ଦଳ ତାଙ୍କୁ ଷ୍ଟାର ପ୍ରଚାରକ କରିଥିଲା । କିଛି ଦିନ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ମାତ୍ର ବିଜେପି ନୀତି ଆଦର୍ଶରୁ ଦୂରେଇ ଯାଉଛି । ଦଳୀୟ ନେତାଙ୍କୁ ଅବହେଳା କରାଯାଉଛି। ଝାରସୁଗୁଡ଼ାରେ ଅନେକ ପ୍ରସଙ୍ଗ ରହିଛି। କିନ୍ତୁ ବିଜେପି କେବଳ ନବ ଦାସଙ୍କ ହତ୍ୟା ମାମଲାକୁ ପ୍ରସଙ୍ଗ କରୁଛି। ତାହା ଦୁର୍ଭାଗ୍ୟଜନକ ବୋଲି ମଙ୍ଗଳ ସାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ