Masthead

ଝାରସୁଗୁଡ଼ାରେ ବିଜେପିକୁ ଝଟକା, ଶଙ୍ଖ ଧରିଲେ ଜିଲ୍ଲା ସଭାପତି

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ବିଜେପିକୁ ବଡ ଝଟକା। ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ବିଜେପିକୁ ବଡ଼ ଝଟକା । ବିଜେପି ଷ୍ଟାର ପ୍ରଚାରକ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ରାତାରାତି ବଦଳାଇଲେ ନିଷ୍ପତ୍ତି । ଫୁଲ ଛାଡି ଏବେ ଧରିଛନ୍ତି ଶଙ୍ଖ । ଆଜି ଭୁବନେଶ୍ୱରର ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଙ୍ଗଲ ସାହୁଙ୍କୁ ସ୍ୱାଗତ କରିଛନ୍ତି । ପରେ ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ମାନସ ମଙ୍ଗରାଜ, ଗୌତମବୁଦ୍ଧ ଦାସ, ମୌସମ ମିଶ୍ର ମଧ୍ୟ ମଙ୍ଗଲ ସାହୁଙ୍କ ସହ ନବୀନ ନିବାସ ଯାଇଥିଲେ ।

ଉପ ନିର୍ବାଚନ ପୂର୍ବରୁ ମଙ୍ଗଳଙ୍କ ଯୋଗଦାନ ପରେ ଝାରସୁଗୁଡାରେ ବିଜେଡିର ଶକ୍ତି ଆହୁରି ବୃଦ୍ଧି ପାଇଛି । ମଙ୍ଗଳ ୨୫ ବର୍ଷ ଧରି ବିଜେପିରେ କାମ କରୁଥିଲେ। ଦଳ ତାଙ୍କୁ ଷ୍ଟାର ପ୍ରଚାରକ କରିଥିଲା । କିଛି ଦିନ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ମାତ୍ର ବିଜେପି ନୀତି ଆଦର୍ଶରୁ ଦୂରେଇ ଯାଉଛି । ଦଳୀୟ ନେତାଙ୍କୁ ଅବହେଳା କରାଯାଉଛି। ଝାରସୁଗୁଡ଼ାରେ ଅନେକ ପ୍ରସଙ୍ଗ ରହିଛି। କିନ୍ତୁ ବିଜେପି କେବଳ ନବ ଦାସଙ୍କ ହତ୍ୟା ମାମଲାକୁ ପ୍ରସଙ୍ଗ କରୁଛି। ତାହା ଦୁର୍ଭାଗ୍ୟଜନକ ବୋଲି ମଙ୍ଗଳ ସାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ