Masthead

ଓମାନରୁ ଭାରତକୁ ପାଇପ ଯୋଗେ ଆସିବ ଗ୍ୟାସ୍!

(ବଡ଼ ଖବର ବ୍ୟୁରୋ): ଥମିବାର ନାଁ ଧରୁନାହିଁ ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ମହାଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପାଇଁ ହର୍ମୁଜ ପ୍ରଭାବିତ ହୋଇଛି । ଯୁଦ୍ଧ ପାଇଁ ଅନ୍ୟ ଦେଶରେ ତୈ÷ଳ ସଙ୍କଟ ଦେଖିବାକୁ ମିଳୁଛି । ସଠିକ୍ ସମୟରେ ପ୍ରାକୃତିକ ଗ୍ୟାସର ପରିବହନ ନହେବାରୁ ବିଶେଷ କରି ଭାରତ ଉପରେ ଏହାର ପ୍ରଭାବ ପଡିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି, ପ୍ରକୃତିକ ଗ୍ୟାସ୍ ଏଲ୍ପିଜି, ସିଏନ୍ଜି, ପେଟ୍ରୋଲ୍ ଏବଂ ଡିଜେଲ୍ ଆଦିର କମ୍ ବ୍ୟବହାର କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ତେବେ ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତି ଖବର ।

ଭାରତ ଓମାନରୁ ଗୁଜୁରାଟ ପର୍ଯ୍ୟନ୍ତ ଏକ ଦୀର୍ଘ ପାଇପଲାଇନ ବିଛାଇବାର ଯୋଜନା କରିଛି । ଆରବ ସାଗର ତଳେ ପ୍ରାୟ ୨,୦୦୦ କିଲୋମିଟର ଲମ୍ବା ଏକ ଗଭୀର ସମୁଦ୍ର ପାଇପ୍ଲାଇନ୍ ପକାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ପାଇପଲାଇନ ଓମାନରୁ ଗୁଜୁରାଟକୁ ସଂଯୋଗ କରିବ । ଗତ ତିନି ଦଶକ ଧରି ଏହି ପ୍ରକଳ୍ପର ଯୋଜନା କରାଯାଉଛି । କିନ୍ତୁ ଅଧିକ ବ୍ୟୟ ଏବଂ ବ୍ୟବସାୟିକ ସମସ୍ୟା କାରଣରୁ ଏହି ଯୋଜନା ଆଗକୁ ବଢିପାରୁ ନଥିଲା । ବର୍ତ୍ତମାନ ବେସରକାରୀ ଗ୍ରୁପ୍ SAGE ପକ୍ଷରୁ ଏହି ପ୍ରସ୍ତାବକୁ ସମର୍ଥନ ମିଳିଛି । ଅନୁମାନ କରାଯାଉଛି ଯେ, ଏହି ପ୍ରକଳ୍ପ ପାଇଁ ପ୍ରାୟ ୪୦,୦୦୦ କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହେବ ।

ଓମାନ ଏବଂ ଗୁଜୁରାଟ ମଧ୍ୟରେ ଥିବା ଗଭୀର ସମୁଦ୍ରର ଗ୍ୟାସ୍ ପାଇପଲାଇନ ବିଶ୍ୱର ସବୁଠାରୁ ସମୁଦ୍ର ମାର୍ଗ ଗୁଡିକରୁ ଗୋଟିଏ ହେବ । ଏହି ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସର ନିରବିଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ ହୋଇପାରିବ । ଭାରତ ଆମଦାନିକୃତ ଇନ୍ଧନ ବା ଶକ୍ତି ଉପରେ ବହୁ ପରିମାଣରେ ନିର୍ଭରଶୀଳ ରହିଛି । CNG, LPG ପେଟ୍ରୋଲ୍ , ଡିଜେଲ୍ ଏବଂ ସୁନା ଭଳି ପ୍ରାକୃତିକ ସମ୍ପଦ ଉପରେ ଭାରତ ବିଦେଶୀ ଯୋଗାଣ ଉପରେ ନିର୍ଭର କରେ । ସରକାର ଏହି ସାମୁଦ୍ରିକ ପାଇପଲାଇନକୁ କାର୍ଯ୍ୟକାରୀ କଲେ ଭାରତକୁ କୌଣସି ଇନ୍ଧନ ସଂଙ୍କଟର ଆଗକୁ ଆଉ ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡକୋଦଣ୍ଡାରେ କାମଳ ଭୟ 🔴 ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ 🔴 ଓମାନରୁ ଭାରତକୁ ପାଇପ ଯୋଗେ ଆସିବ ଗ୍ୟାସ୍! 🔴 ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା 🔴 ଅପରାଧିଙ୍କ ଘରେ ବୁଲିଲା ବୁଲଡୋଜର 🔴 ୧୫ ଆଇପିଏସ୍‌ଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ 🔴 ପ୍ରବଳ ଖରା ସହ କାଳବୈଶାଖୀ ସମ୍ଭାବନା 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ବଡକୋଦଣ୍ଡାରେ କାମଳ ଭୟ 🔴 ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ 🔴 ଓମାନରୁ ଭାରତକୁ ପାଇପ ଯୋଗେ ଆସିବ ଗ୍ୟାସ୍! 🔴 ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା 🔴 ଅପରାଧିଙ୍କ ଘରେ ବୁଲିଲା ବୁଲଡୋଜର 🔴 ୧୫ ଆଇପିଏସ୍‌ଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ 🔴 ପ୍ରବଳ ଖରା ସହ କାଳବୈଶାଖୀ ସମ୍ଭାବନା 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ