Masthead

ଅପରାଧିଙ୍କ ଘରେ ବୁଲିଲା ବୁଲଡୋଜର

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲରେ ପୁଣି ବୁଲିଲା ମୋହନଙ୍କ ବୁଲଡୋଜର, ମାଟିରେ ମିଶିଲା ୩ ଅଭିଯୁକ୍ତଙ୍କ ଘର । ସରକାରୀ ଜାଗାରେ ଘର କରି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଲେ ଆଉ ନିସ୍ତାର ନାହିଁ । ବୁଲିବ ମୋହନଙ୍କ ବୁଲଡୋଜର । ବଡ଼ବିଲ ପୌରାଞ୍ଚଳର ୧ନଂ ୱାର୍ଡ ନାଲଦା ହୀରାକୁଦ କଲୋନୀର୍ ଏମ୍ ଡି ରୋହିତ୍ ଙ୍କ ନାଁ ରେ ୬ଟି ଅପରାଧିକ ମାମଲା ରହିଥିବା ବେଳେ ସରକାରୀ ଜାଗାରେ ଘର କରି ରହୁଥିଲେ । ସେହିପରି ୱାର୍ଡ ନଂ ୯ ବରକତ୍ ନଗର ଅଞ୍ଚଳରେ ଏମ୍ ଡି ତୋଫିକ୍ ଙ୍କ ନାଁରେ ୫ଟି ଅପରାଧିକ ମାମଲା ରହିଛି । ସେ ସରକାରୀ ଜମିକୁ ଜବରଦଖଲ କରି ଘର କରିଥିଲେ ।

ଆଉ ଜଣେ ଏମ୍ ଡି ସାକିର୍ ହୁସେନଙ୍କ ନାମରେ ଗୋଟିଏ ଅପରାଧିକ ମାମଲା ରହିଥିବାବେଳେ ସେ ମଧ୍ୟ ସରକାରୀ ଜମି ଅନଧିକୃତ ଭାବରେ ଘର କରିଥିଲେ । ଆଜି ଏହି ୩ ଜଣଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଛି । ଏହି ଜବରଦଖଲ ଉଚ୍ଛେଦ ଅଭିଯାନରେ ବଡ଼ବିଲ ତହସିଲଦାର ତଥା ଏଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ରାକେଶ କୁମାର ପଣ୍ଡା, ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ୩ ଜଣ ଥାନା ଆଇ ଆଇ ସି, ୨ ଜଣ ସବ୍ ଇନ୍ସପେକ୍ଟର ୩ ପ୍ଲାଟୁନ ଫୋର୍ସ ଏବଂ ଅନ୍ୟ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ । ଗତ ନଭେମ୍ବର ମାସରେ ୪ ଅପରାଧୀଙ୍କ ଘରକୁ ମାଟିରେ ମିଶାଇ ଦେଇଥିଲାଦେଇଥିଲା ପ୍ରଶାସନ । ଆଗକୁ ଅପରାଧୀ ଏବଂ ଅସାମାଜିକ ତତ୍ତ୍ୱଙ୍କ ବିରୁଦ୍ଧରେ ଏହିଭଳି ଅଭିଯାନ ଜାରି ରହିବ ବୋଲି ବଡ଼ବିଲ ତହସିଲଦାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା