ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ଆକାଶରେ ଉଡିବନି ଭାରତୀୟ ସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧। ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । କାରଣ ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ ।
ଭାରତୀୟ ବାୟୁ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ମାର୍କ-୧ଏ ଯୁଦ୍ଧ ବିମାନ ବାୟୁସେନାର ମିଗ୍-୨୧ ବିମାନର ସ୍ଥାନ ନେବ । ଏହାକୁ ପାକିସ୍ତାନ ସୀମା ନିକଟରେ ରାଜସ୍ଥାନର ବିକାନେରସ୍ଥିତ ନାଲ୍ ଏୟାରବେସ୍ରେ ମୁତୟନ କରାଯାଇପାରେ ।
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଭାରତୀୟ ବାୟୁସେନା ପାଇଁ ୯୭ଟି ମାର୍କ-୧ଏ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ତେଜସ୍ ଯୁଦ୍ଧ ବିମାନ) ନିର୍ମାଣ କରିବ । ଏଥିପାଇଁ ସଂସ୍ଥା ସହ କେନ୍ଦ୍ର ସରକାର ଗୁରୁବାର ୬୨,୩୭୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛନ୍ତି । ହାଲ୍କୁ ତେଜସ୍ ଯୁଦ୍ଧ ବିମାନ ଉତ୍ପାଦନ ଲାଗି ଦ୍ୱିତୀୟ ଅର୍ଡର ମିଳିଛି । ଏହା ପୂର୍ବରୁ ୨୦୨୧ ଫେବ୍ରୁଆରୀରେ କମ୍ପାନି ସହିତ ୪୬,୮୯୮ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ସେତେବେଳେ ଏହାକୁ ୮୩ଟି ମାର୍କ-୧ଏର ଅର୍ଡର ମିଳିଥିଲା । ଏହାର ଯୋଗାଣ ପାଇଁ କମ୍ପାନି ନିକଟରେ ୨୦୨୮ ପର୍ଯ୍ୟନ୍ତ ସମୟ ରହିଛି । ମାର୍କ-୧ଏ ଯୁଦ୍ଧ ବିମାନ ବାୟୁସେନାର ମିଗ୍-୨୧ ବିମାନର ସ୍ଥାନ ନେବ । ଏହାକୁ ପାକିସ୍ତାନ ସୀମା ନିକଟରେ ରାଜସ୍ଥାନର ବିକାନେରସ୍ଥିତ ନାଲ୍ ଏୟାରବେସ୍ରେ ମୁତୟନ କରାଯାଇପାରେ ।
କେନ୍ଦ୍ର ସରକାର ଅଗଷ୍ଟ ୧୯ରେ ୯୭ ତେଜସ୍ ଯୁଦ୍ଧ ବିମାନ କିଣିବା ଲାଗି ୬୨ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା, ଏହି ବିମାନରେ ସ୍ୱୟଂ କବଚ ଓ କଣ୍ଟ୍ରୋଲ୍ ଆକ୍ଚୁଏଟର ରହିବ, ଯେଉଁଥିରେ ୬୭ ନୂଆ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହେବ । ମାର୍କ ୧ଏ, ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ତେଜସ୍ ବିମାନର ବିକଶିତ ଭର୍ସନ । ଏଥିରେ ଅପ୍ଗ୍ରେଡେଡ୍ ଏଭିଓନିକ୍ସ ଏବଂ ରାଡାର ସିଷ୍ଟମ୍ ଖଞ୍ଜାଯାଇଛି । ତେଜସ୍ ମାର୍କ-୧ଏର ୬୫%ରୁ ଅଧିକ ଉପକରଣ ଭାରତରେ ଉତ୍ପାଦନ କରାଯାଉଛି । ତେଜସ୍ର ପୁରୁଣା ଭର୍ସନକୁ ବି ହାଲ୍ ବିକାଶ କରିଥିଲା । ଏହାକୁ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏବଂ ଡିଆର୍ଡିଓ ସହାୟତାରେ ନିର୍ମାଣ କରାଯାଇଛି । ଏହା ଆକାଶ, ଜଳ ଓ ସ୍ଥଳଭାଗରୁ ଆକ୍ରମଣ ଲାଗି ଡିଜାଇନ୍ ହୋଇଛି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହା ନିଜ ଟାର୍ଗେଟ୍ ଉପରେ ମାଡ଼ କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ନଭେମ୍ବର ୨୫ରେ ବେଙ୍ଗାଲୁରୁରେ ତେଜସ୍ ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିଲେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଯୁଦ୍ଧ ବିମାନ ଉଡ଼ାଣ ଥିଲା ।
