Before Header

ରାମ ଏକ, କଥା ଅନେକ

0 1,212

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାମ ସେ ବଡା ରାମକା ନାମ । ପ୍ରଭୁ ଶ୍ରୀରାମଙ୍କ ନାମ ପ୍ରଭୁଙ୍କ ଜନ୍ମ ପୂର୍ବରୁ ରହିଛି । ବେଦ ଠାରୁ ଆରମ୍ଭ କରି ବ୍ରାହ୍ମଣ ସମିତି ପର୍ଯ୍ୟନ୍ତ ସବୁଠି ଉଲ୍ଲେଖ ରହିଛି ରାମ ନାମ । ରାମ ନାମ ଏବେ ନୁହେଁ ବୈଦିକ କାଳରୁ ରହିଛି । କିଛି ବ୍ରିଟିଶ ବିଦ୍ୱାନଙ୍କ ଦ୍ୱାରା ଲେଖାଯାଇଛି ବାଲ୍ମିକୀଙ୍କ ରାମାୟଣ ପ୍ରାୟ ୩୩ ଶହରୁ ୩୪ ଶହ ବର୍ଷ ପୂର୍ବେ ଲେଖାଯାଇଛି । କିନ୍ତୁ ରାମନାମ ଏହା ପୂର୍ବରୁ ଋକ ବେଦରେ ଉଲ୍ଲେଖ ରହିଛି । ଯାହା ଗୋଟିଏ ଯଜ୍ଞରେ ବିଦ୍ୱାନ ଓ ରାଜାମାନଙ୍କ ଦ୍ୱାରା ଉଚ୍ଚାରିତ ହୋଇଥିବା ଶୁଣାଯାଇଛି । କିନ୍ତୁ ଏହି ରାମ ନାମ ପ୍ରଭୁ ଶ୍ରୀରାମଙ୍କ କି ନାହିଁ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ । ଯଦି ଦେଖିବା ରାମନାମ କେବଳ ଭାରତ ନୁହେଁ ୯ ଦେଶରେ ଶୁଣିବା ଏବଂ ପଢିବା ଦେଖିବାକୁ ମିଳିିଛି ।

ଇଣ୍ଡୋନେସିଆରେ ରାମାୟଣ ୫ ପ୍ରକାରର ଶୁଣିବାକୁ ମିଳୁଥିବାବେଳେ ନେପାଳରେ ୪ ପ୍ରକାରର ଶୁଣିବାକୁ ମିଳିଥାଏ । ୫୦ରୁ ଅଧିକ ଭାଷା । ୪୦୦ରୁ ଅଧିକ କାହାଣୀ । ଶହ ଶହ ଲୋକକଥା ହେଉଛି ରାମାୟଣ । ରାମାୟଣ ହେଉଛି ଏକମାତ୍ର କାହାଣୀ ଯାହା ବିଭିନ୍ନ ଭାଷାରେ ପଢାଯାଏ ଓ କୁହାଯାଏ । ୫୦ ଭାଷାରେ ରହିଛି ରାମାୟଣ କାହାଣୀ । କିନ୍ତୁ ୯ ଦେଶକୁ ଛାଡ଼ି ଦେଲେ ବିଭିନ୍ନ ଚରିତ୍ର ଉପରେ କାହାଣୀ ଲେଖାଯାଇଛି । ଦଶରଥ, କୌଶଲ୍ୟା, ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ହନୁମାନ ପ୍ରଭୁତି ଚରିତ୍ର ଉପରେ ଅଧିକାଂଶ କାହାଣୀ ଲେଖାଯାଇଛି । ଋକବେଦରେ ୪ ଟି ଚରିତ୍ର ଉପରେ ଚିତ୍ରିତ କରାଯାଇଛି । ଇକ୍ଷାକୁ, ଦଶରଥ, ପ୍ରଭୁ ଶ୍ରୀରାମ ଓ ମାତା ସୀତା ।

ଇକ୍ଷାକୁ, ଦଶରଥ, ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ରାଜାଙ୍କ ରୂପରେ ଚିତ୍ରିତ କରାଯାଇଥିବାବେଳେ ମାତାଙ୍କ ଭୂମିକା କୃଷି ଦେବୀ ଭାବେ ଉଲ୍ଲେଖ କରାଯାଇଛି । ସେହିଭଳି ବାଲ୍ମିକୀ ରାମାୟଣରେ ତିନୋଟି ଅଲଗା ଅଲାଗା ଚରିତ୍ରକୁ ଦର୍ଶାଯାଇଛି । ଯାହା ପ୍ରାୟ ୩୩ ଶହରୁ ୩୪ ଶହ ବର୍ଷ ପୂର୍ବେ ଲେଖାଯାଇଥିବା କୁହାଯାଇଛି । କିନ୍ତୁ ବାଲ୍ମିକୀ ରାମାୟଣ ପୂର୍ବରୁ ପ୍ରୋ କାମିଲ ମୁଲକେ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି  ବାଲ୍ମିକୀ ରାମାୟଣ ପୂର୍ବରୁ ‘ଦଶରଥ ଜାତକ କଥା’ ରହିଛି ଯାହା ବାଲ୍ମିକୀ ରାମାୟଣ ଠାରୁ ୪୦୦ ବର୍ଷ ପୁରୁଣା । ସେ ଆହୁରି ମଧ୍ୟ ଲେଖିଛନ୍ତି କି ଏଥିପାଇଁ ବାଲ୍ମିକୀ ରାମାୟଣ ପୁରୁଣା ବୋଲି କୁହାଯାଇଛି, ବାଲ୍ମିକୀ ପ୍ରଭୁଙ୍କ ସମକାଳୀନ ଥିଲେ ଆଉ ମାତା ସୀତା ତାଙ୍କ ଆଶ୍ରମରେ ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ଲବ କୁଶ ରାମ ଦରବାରରେ ବାଲ୍ମିକୀଙ୍କ ଦ୍ୱାରା ଲେଖାଯାଇଥିବା ରାମାୟଣ ହିଁ ଶୁଣାଇଥିଲେ । ସେହିଭଳି ବାଲ୍ମିକୀ ରାମୟଣ ପରେ ତୁଳସୀ ଦାସଙ୍କ ରାମଚରିତ ବେଶୀ ଲୋକପ୍ରିୟ ଥିଲା । କାରଣ ବାଲ୍ମିକୀଙ୍କ ରାମାୟଣ ସମ୍ପୂର୍ଣ୍ଣ ପ୍ରାମାଣିକ ଥିଲା ।

କିନ୍ତୁ ତୁଳସୀ ଦାସଙ୍କ ରାମାୟଣ ସବୁଠାରୁ ଅଧିକ ପଢାଯାଇଥିବା ରାମାୟଣ ଥିଲା । ରାମକଥା କେବଳ ସଂସ୍କୃତ କି ହିନ୍ଦୀ ଭାଷାରେ ଲେଖାଯାଇ ନାହିଁ । ଏହା ଉର୍ଦ୍ଦୁ ଏବଂ ପାର୍ସି ଭାଷାରେ ମଧ୍ୟ ଲେଖାଯାଇଛି । ୧୮୫୪ରୁ ୧୮୮୯ ମଧ୍ୟରେ ଆକବର ଅଲବଦାୟୁନୀଙ୍କ ଦ୍ୱାରା ରାମାୟଣକୁ ଉର୍ଦ୍ଦୁରେ ଅନୁବାଦ କରିଥିଲେ । ଜାହାଙ୍ଗୀର ତାଙ୍କ ଶାସନକାଳରେ ଗିରିଧାରୀ ଦାସ ରାମାୟଣକୁ ପାର୍ସି ଭାଷାରେ ଅନୁବାଦ କରିଥିଲେ । କିନ୍ତୁ ଓଡ଼ିଆ ଭାଷାରେ ସବୁଠୁ ଅଧିକ ରାମାୟଣ ଲେଖାଯାଇଛି । ୧୩ ଭାଷାରେ ଲେଖାଯାଇଛି ଓଡିଆ ରାମାୟଣ । ସଂସ୍କୃତ ଭାଷାରେ ୭ଟି ରାମାୟଣ ଉଲ୍ଲେଖ ରହିଛି । ସବୁଠୁ ଦାଣ୍ଡି ରାମାୟଣକୁ ପୁରୁଣା ବୋଲି ବିବେଚନା କରାଯାଏ । ବାଲ୍ମିକୀ ରାମାୟଣ ବ୍ୟତୀତ ସଂସ୍କୃତରେ ଆଉ ୬ ପ୍ରକାରର ରାମାୟଣ ରହିଛି । ସେଥିମଧ୍ୟରୁ ବଶିଷ୍ଠ ରାମାୟଣ ଓ ଅଗସ୍ତ୍ୟ ରାମୟଣ ସର୍ବପୁରାତନ ରାମାୟଣ ଅଟେ ।

Leave A Reply

Your email address will not be published.