Masthead

ଆଦିତ୍ୟ ଦାଶଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି, ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିପୁଲ ଫର୍ ସେବାର ପ୍ରତିଷ୍ଠାତା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ୧୦ ମାସ ବିତିଗଲାଣି । କିନ୍ତୁ ଏଯାଏଁ ତାଙ୍କ ମୃତ୍ୟ ରହସ୍ୟ ଉନ୍ମୋଚିତ ହୋଇପାରିନି । ତଦନ୍ତକାରୀ ସଂସ୍ଥା ଏହି ଘଟଣାକୁ ଆତ୍ମହତ୍ୟା କହି ଚୁପ ବସିଯାଇଛି । ସେପଟେ ଆଦିତ୍ୟ ଦାଶଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଆଦିତ୍ୟଙ୍କ ମୃତ୍ୟ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସେମାନେ ସନ୍ଦେହ କରି ଆସୁଛନ୍ତି । ଏଥିପାଇଁ ଅନେକ ସମୟରେ ଆନ୍ଦୋଳନ ହୋଇଛି ।

ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ତରରେ ଦାବିପତ୍ର ଦିଆଯାଇଛି । ଜିଆରପି ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ଠିକ ଭାବେ ତଦନ୍ତ ହେଉ ନ ଥିବା ସେମାନେ ଅଭିଯୋଗ କରିଆସୁଛନ୍ତି । ଏପିରିକି ଯେଉଁମାନଙ୍କ ବିରୋଧରେ ସନ୍ଦେହ ରହିଛି ସେମାନଙ୍କୁ ଜେରା ବି କରାଯାଇ ନ ଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଆଦିତ୍ୟଙ୍କ ସମର୍ଥକମାନେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମହାମହିମ ରାଷ୍ଟ୍ରପତି ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି । ପିପୁଲ ଫର୍ ସେବାର କିଛି ସଦସ୍ୟ ରାଷ୍ଟ୍ରପତିଙ୍କୁ ଏବାବଦରେ ଚିଠି ଓ ମେଲ୍ ଜରିଆରେ ଏହି ଅନୁରୋଧ ପତ୍ର ପଠାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ